
ଜୟପୁର , 19 ସେପ୍ଟେମ୍ବର (ହି.ସ.)
କୋରାପୁଟ ଜିଲା ଜୟପୁର ପୌର ପାଳିକା ତରଫରୁ ଆଜି ଜବର ଦଖଲ ଉଛେଦ ସହ ବେଆଇନ ପଲିଥିନ କାରବାର ଉପରେ ଚଢାଉ କରିଛି । ଜୟପୁର ସହର ଏମଜି ରୋଡ ରେ ଜବର ଦଖଲ ଉଛେଦ କରାଯାଇଛି । େଓଲକମ ଛକ ଠାରୁ ଢେପଗୁଡା ଛକ ଯାଏ ଜେସିବି ଦ୍ୱାରା ଉଛେଦ କରାଯାଇଛି । ଯେଉଁ ବ୍ୟବାସାୟୀ ମାନେ ଡ୍ରେନ ଉପରେ ଦୋକାନ କରିବା ସହ ବଢାଇ ଥିଲେ ସେ ମାନଙ୍କ ଠାରୁ ମଧ୍ୟ ଜୋରି ମାନା ଆଦାୟ କରାଯାଇଛି । ଜେଲିବି ଦ୍ୱାରା ଜବଦ ଦଖଲ ଉଛେଦ କରାଯାଇଥିଲା । ଏହା ସହ ଦୈନିକ ବଜାର ବେଆଇନ ପଲିଥିନ କାରବାର ସୁଚନା ପାଇ ୫ଟି ଦୋକାନ ଉପରେ ଚଢାଉ କରାଯାଇଛି । ଚଢାଉ କରି ୫୦ କେଜି ବେଆଇନ ପଲିଥିନ ଜବତ କରାଯାଇଛି । ଜବର ଦଖଲ ଉଛେଦ ସହ ବେଆଇନ ପଲିଥିନ କାରବାରରେ ମୋଟ ୨୭ ହଜାର ଟଙ୍କା ଜୋରି ମାନା ଆଦାୟ କରାଯାଇ ଥିଲ । ଜୟପୁର ପୌର କାଯ୍ୟ ନିବାହୀ ଅଧିକାରି ପୁଜା ରାଉତ ଙ୍କ ନିଦ୍ଦେଷ କ୍ରମେ ଜବର ଦଖଲ ଉଛେଦ ସହ ପଲିଥିନ ଦୋକାନ ଉପରେ ଚଢାଉ କରାଯାଇଥିଲା । ଚଢାଉରେ ପୌର କର୍ମଚାରି ସହ ଟାଉନ ପୋଲିସ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି