ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ବଡ଼ ଘୋଷଣା: ଯୁବପିଢ଼ିଙ୍କୁ ମାଗଣା ଲଜିଷ୍ଟିକ୍ସ ତାଲିମ ସହ ମିଳିବ ନିଯୁକ୍ତି
ଖୋର୍ଦ୍ଧା, 19 ସେପ୍ଟେମ୍ବର (ହି.ସ.)ରାଜ୍ୟର ଯୁବକ-ଯୁବତୀଙ୍କୁ ରୋଜଗାରକ୍ଷମ ଓ ଦକ୍ଷ କରିବା ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ (ପିପିଏ ) ଏକ ବଡ଼ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବନ୍ଦର କର୍ତ୍ତୃପକ୍ଷଙ୍କ କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସି ଏସ ଆର ) ଅଧୀନରେ ଭୁବନେଶ୍ୱର, କଟ
ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ବଡ଼ ଘୋଷଣା: ଯୁବପିଢ଼ିଙ୍କୁ ମାଗଣା ଲଜିଷ୍ଟିକ୍ସ ତାଲିମ ସହ ମିଳିବ ନିଯୁକ୍ତି


ଖୋର୍ଦ୍ଧା, 19 ସେପ୍ଟେମ୍ବର (ହି.ସ.)ରାଜ୍ୟର ଯୁବକ-ଯୁବତୀଙ୍କୁ ରୋଜଗାରକ୍ଷମ ଓ ଦକ୍ଷ କରିବା ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ (ପିପିଏ ) ଏକ ବଡ଼ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବନ୍ଦର କର୍ତ୍ତୃପକ୍ଷଙ୍କ କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସି ଏସ ଆର ) ଅଧୀନରେ ଭୁବନେଶ୍ୱର, କଟକ, ପାରାଦୀପ ଓ ଆଖପାଖ ଅଞ୍ଚଳର ଯୁବପିଢ଼ିଙ୍କୁ ମାଗଣାରେ ୪୫ ଦିନିଆ ଲଜିଷ୍ଟିକ୍ସ ତାଲିମ ପ୍ରଦାନ କରାଯିବ।ଏହି କାର୍ଯ୍ୟକ୍ରମ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ ଇନ୍ ମେରିଟାଇମ୍ ଆଣ୍ଡ ଶିପ୍ବିଲ୍ଡିଂ’ (ସିଇଏମ୍ଏସ ) ଭୁବନେଶ୍ୱର ଶାଖା ଦ୍ୱାରା ପରିଚାଳିତ ହେବ। ଶିଳ୍ପ-ମୁଖୀ ତାଲିମ ମାଧ୍ୟମରେ ପ୍ରାର୍ଥୀଙ୍କ ନିଯୁକ୍ତି ଯୋଗ୍ୟତା ବୃଦ୍ଧି କରିବା ଏହାର ମୁଖ୍ୟ ଲକ୍ଷ୍ୟ।ଶିକ୍ଷାଗତ ଯୋଗ୍ୟତା: +୨ (ଦ୍ୱାଦଶ) କିମ୍ବା ସ୍ନାତକ (+୩) ଉତ୍ତୀର୍ଣ୍ଣ।ଆରମ୍ଭ ତାରିଖ: ୨୧ ସେପ୍ଟେମ୍ବର ୨୦୨୬।ସୁବିଧା: ତାଲିମ ସଫଳତାର ସହ ଶେଷ କରୁଥିବା ପ୍ରାର୍ଥୀମାନଙ୍କୁ ସିଧାସଳଖ ନିଯୁକ୍ତି ସହାୟତା ଯୋଗାଇ ଦିଆଯିବ।ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀମାନେ ଭୁବନେଶ୍ୱର ଏକ୍ସଆଇଏମ୍ ଛକ ନିକଟସ୍ଥ, ଲୟୋଲା ସ୍କୁଲ ସମ୍ମୁଖରେ ଥିବା ସିଇଏମ୍ଏସ କେନ୍ଦ୍ରରେ ନାମ ପଞ୍ଜୀକରଣ କରିପାରିବେ। ଆବେଦନ ଓ ଅଧିକ ବିବରଣୀ ପାଇଁ ମୋବାଇଲ ନମ୍ବର ୯୨୦୫୪୧୦୦୮୦ କିମ୍ବା ୯୨୦୫୪୧୦୦୮୧ ରେ ଯୋଗାଯୋଗ କରିପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande