
ହୁବଲି, ୧୯ ସେପ୍ଟେମ୍ବର(ହି.ସ.) – କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର କର୍ଣ୍ଣାଟକର ହୁବଲିର ଏକ ଘରୋଇ ହୋଟେଲରେ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାପରେ ତାଙ୍କ ସହିତ ଥିବା ଡାକ୍ତରଙ୍କ ଦଳ ହୋଟେଲରେ ହିଁ ତାଙ୍କର ଚିକିତ୍ସା କରୁଛନ୍ତି। ଦଳ ସୂତ୍ରରୁ ଏହି ସୂଚନା ମିଳିଛି।
ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟରେ ହଠାତ୍ ଅବନତି ଘଟିବା ପରେ ଡାକ୍ତରମାନେ ଅମିତ ଶାହାଙ୍କୁ ପ୍ରାୟ ଦୁଇ ଘଂଟା ବିଶ୍ରାମ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ସମୟରେ, ଧାରୱାଡ଼ ଜିଲ୍ଲା କଲେକ୍ଟର ଏବଂ ଜିଲ୍ଲା ପଂଚାୟତ ସିଇଓ ଭୁବନେଶ ପାଟିଲ ଘରୋଇ ହୋଟେଲ ପରିଦର୍ଶନ କରିଥିଲେ ଯେଉଁଠାରେ ଅମିତ ଶାହା ରହୁଛନ୍ତି।
ଡାକ୍ତରଙ୍କ ପରାମର୍ଶ କ୍ରମେ ବିଶ୍ରାମ ନେବା ପରେ ଅମିତ ଶାହା ସିଧାସଳଖ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର ସମ୍ଭାବନା ରହିଛି। ଶନିବାର ଦିନ ଧାର୍ଯ୍ୟ ହୋଇଥିବା ତାଙ୍କ କାର୍ଯ୍ୟସୂଚୀ ମଧ୍ୟ ଅସୁସ୍ଥତା କାରଣରୁ ପ୍ରଭାବିତ ହୋଇଛି। ତାଙ୍କର ଆଜିର କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ସୂଚନା ମିଳିଛି।
ଶୁକ୍ରବାର ବିଳମ୍ବିତ ରାତିରେ ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ଅମିତ ଶାହା ହୁବଳି ବିମାନବନ୍ଦରରେ ପହଂଚିଥିଲେ। ସେତେବେଳେ ସେ ଏକ ଘରୋଇ ହୋଟେଲରେ ରହୁଥିଲେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି