ମଧ୍ୟପ୍ରଦେଶର ସାଗରରେ ବସ୍-କାର୍ ଧକ୍କାରେ ଚାରି ଜଣଙ୍କର ମୃତ୍ୟୁ, ଜଣେ ଆହତ
ସାଗର, ୧୯ ସେପ୍ଟେମ୍ବର(ହି.ସ.) – ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଜବଲପୁର ପାର୍ଶ୍ୱରୁ ଆସୁଥିବା ଏକ ଦ୍ରୁତଗାମୀ ଚାଟାର୍ଡ଼ ବସ୍ ଶନିବାର ଦିନ ଏକ କାର୍କୁ ଧକ୍କା ଦେଇଛି। କାର୍ରେ ଯାତ୍ରା କରୁଥିବା ଚାରି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଜଣେ ଯାତ୍ରୀଙ୍କୁ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାର
ମଧ୍ୟପ୍ରଦେଶର ସାଗରରେ ବସ୍-କାର୍ ଧକ୍କାରେ ଚାରି ଜଣଙ୍କର ମୃତ୍ୟୁ, ଜଣେ ଆହତ


ସାଗର, ୧୯ ସେପ୍ଟେମ୍ବର(ହି.ସ.) – ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଜବଲପୁର ପାର୍ଶ୍ୱରୁ ଆସୁଥିବା ଏକ ଦ୍ରୁତଗାମୀ ଚାଟାର୍ଡ଼ ବସ୍ ଶନିବାର ଦିନ ଏକ କାର୍କୁ ଧକ୍କା ଦେଇଛି। କାର୍ରେ ଯାତ୍ରା କରୁଥିବା ଚାରି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଜଣେ ଯାତ୍ରୀଙ୍କୁ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି।

ପୋଲିସର କହିବା ଅନୁଯାୟୀ, ଆଜି ବହେରିଆ ଥାନା ଅନ୍ତର୍ଗତ ଗଡ଼କୋଟା ରୋଡ଼ରେ ଚାନଟୋରିଆ ନିକଟରେ ପେଟ୍ରୋଲ ପମ୍ପରୁ ବାହାରି ଏକ କାର୍ ମୁଖ୍ୟ ରାସ୍ତାରେ ପହଂଚିଥିଲା, ଯେତେବେଳେ ଜବଲପୁର ପାର୍ଶ୍ୱରୁ ଆସୁଥିବା ଏକ ଦ୍ରୁତଗାମୀ ଚାଟାର୍ଡ଼ ବସ୍ ଏହାକୁ ଜୋରରେ ଧକ୍କା ଦେଇଥିଲା। କାର୍କୁ ଧକ୍କା ଦେବାପରେ ବସ୍ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଏବଂ ଏକ ଖାଲରେ ଖସି ପଡ଼ିଥିଲା ଏବଂ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଖସି ପଳାଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ର ଚକ ଉଡ଼ିଯାଇଥିଲା ଏବଂ କାର୍ରେ ଥିବା ତିନି ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ଘଟଣା ସମ୍ପର୍କରେ ଖବର ପାଇବାପରେ ପୋଲିସ ଘଟଣାସ୍ଥଳକୁ ଧାଇଁ ଯାଇଥିଲା ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଆହତମାନଙ୍କ ମଧ୍ୟରୁ ଜଣେ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିଲେ। ଏହି ଘଟଣାରେ ଆହତ ହୋଇଥିବା ଅନ୍ୟଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି। କାର୍ଟି ହରିୟାଣା ନମ୍ବରର ବୋଲି କୁହାଯାଉଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande