ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ
ମଧ୍ୟପ୍ରଦେଶ ଦୁର୍ଘଟଣାରେ ଓଡ଼ିଆଙ୍କ ମୃତ୍ୟୁ ଭୁବନେଶ୍ୱର,୧୯ ସେପ୍ଟେମ୍ବର (ହି.ସ.) - ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାରେ ଘଟିଥିବା ଏକ ଅଭାବନୀୟ ଦୁର୍ଘଟଣାରେ ଓଡ଼ିଆ ଶ୍ରଦ୍ଧାଳୁଙ୍କ ପ୍ରାଣହାନି ଘଟିବା ଖବର ଶୁଣି ଶୋକ ପ୍ରକାଶ କରିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର
dp


ମଧ୍ୟପ୍ରଦେଶ ଦୁର୍ଘଟଣାରେ ଓଡ଼ିଆଙ୍କ ମୃତ୍ୟୁ

ଭୁବନେଶ୍ୱର,୧୯ ସେପ୍ଟେମ୍ବର (ହି.ସ.) - ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାରେ ଘଟିଥିବା ଏକ ଅଭାବନୀୟ ଦୁର୍ଘଟଣାରେ ଓଡ଼ିଆ ଶ୍ରଦ୍ଧାଳୁଙ୍କ ପ୍ରାଣହାନି ଘଟିବା ଖବର ଶୁଣି ଶୋକ ପ୍ରକାଶ କରିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏକ ଶୋକ ବାର୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାରେ ଅଭାବନୀୟ ଘଟଣାରେ ଓଡ଼ିଆ ଶ୍ରଦ୍ଧାଳୁଙ୍କ ପ୍ରାଣହାନି ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଅମର ଆତ୍ମାର ସଦ୍ ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଏହି ଅସହ୍ୟ ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ।

ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଶ୍ରୀ ପ୍ରଧାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବଙ୍କ ସହ ଆଲୋଚନା କରିଛନ୍ତି । ପୀଡ଼ିତ ପରିବାରକୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇଦେବା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande