
ଭୁବନେଶ୍ୱର,୧୯ ସେପ୍ଟେମ୍ବର (ହି.ସ.) - ପ୍ରକଳ୍ପରେ ବିଳମ୍ବ ଓ ମାନକୁ ନେଇ ସାଂସଦ ଓ ବିଧାୟକ ଚିଠି ଲେଖିବା ପରେ ପୂର୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ପ୍ରତିକ୍ରିୟା ରଖି ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ବ୍ରହ୍ମପୁର ସାଂସଦ ଯେଉଁ ପ୍ରକଳ୍ପ କଥା କହିଛନ୍ତି ତାହା ବିଳମ୍ବ ହୋଇନି, କାମ ଚାଲିଛି। ବ୍ୟସ୍ତ ବହୁଳ ରାସ୍ତା ହୋଇଥିବାରୁ ଛକ ପାଖରେ ନିର୍ମାଣ ପାଇଁ ବାଧା ହେଉଥିଲା। ଯେଉଁ ଗତିରେ କାମ ଚାଲିବା କଥା ଚାଲିଛି। କ୍ୱାଲିଟି ପରୀକ୍ଷଣ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି। ବଲାଙ୍ଗିର ସାଂସଦଙ୍କ ଚିଠିକୁ ନେଇ ବି ଆଲୋଚନା ହୋଇଛି। ଜନବସତି କାରଣରୁ ବାଇପାସ୍ କରିବାକୁ ପଡୁଛି। ସେଥିପାଇଁ ବିଳମ୍ବ ହେଉଥିବାରୁ ସାମାନ୍ୟ ବିଳମ୍ବ ହୋଇଛି। ଭେହିକିଲ ଅଣ୍ଡର ପାସ ପାଇଁ ନବରଙ୍ଗପୁର ସାଂସଦ ଲେଖିଥିଲେ, ସେଥିନେଇ ବିଚାର ଚାଲିଛି। କାମର ଅଗ୍ରଗତି ନେଇ କମ୍ପ୍ଲାଏନ୍ସ ରିପୋର୍ଟ ସାଂସଦମାନଙ୍କୁ ଦିଆଯିବ। କାମର ଅଗ୍ରଗତି ନେଇ ପ୍ରତିନିଧିଙ୍କୁ ଜଣାଇବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ରହିଛି।
ସୂଚନାଯୋଗ୍ୟ ଯେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ନିଜ ନିଜ ଅଂଚଳର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ନେଇ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା