ମା ଗୃହ ବାଲନ୍ଦାପଡାର ୧୪ତମ ପ୍ରତିଷ୍ଠା ଦିବସରେ ଜେ.ଏନ୍.ଜି ଙ୍କ ଭୂମିକା ସମ୍ପର୍କିତ ଆଲୋଚନା
Maternity-home-foundation-day
ଫୋଟ


କନ୍ଧମାଳ, ୧୯ ସେପ୍ଟେମ୍ବର (ହି.ସ.)- ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲରେ ସ୍ୱାସ୍ଥ୍ୟ ସେବା ଏକ ମହତ୍ୱପୂର୍ଣ୍ଣ ଦିଗ ହୋଇଥିବା ବେଳେ ସେ ମଧ୍ୟରୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଉଛି ଏବଂ ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବାରେ ସୁରକ୍ଷିତ ଓ ଆନୁଷ୍ଠାନିକ ପ୍ରସବର ମହତ୍ୱ ଯଥେଷ୍ଟ ଅଧିକ ରହିଛି । ଜନ ସଚେତନତା ସୃଷ୍ଟି କରାଇ ଉପାନ୍ତ ଅଞ୍ଚଳ ଗୁଡିକରେ ଗର୍ଭବତୀଙ୍କ କ୍ଷେତ୍ରରେ ରକ୍ତହିନତା କମାଇବା ଓ ଘରୋଇ ପ୍ରସବକୁ ହ୍ରାସ କରି ଆନୁଷ୍ଠାନିକ ପ୍ରସବ ବଢାଇବାକୁ ଜିଲ୍ଲା ସ୍ୱାସ୍ଥ୍ୟସମିତି କନ୍ଧମାଳଙ୍କ ତରଫରୁ ସ୍ଥାନେ ସ୍ଥାନେ ମା ଗୃହ ସ୍ଥାପନ କରାଯାଇଛି । ସେହିପରି କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାତୀ’ ସହଯୋଗ ରେ ୨୦୧୩ ମସିହା ଠାରୁ ଫିରିଙ୍ଗିଆ ବ୍ଲକର ବାଲନ୍ଦାପଡା ଠାରେ ଏକ ମା ଗୃହ ପରିଚାଳିତ କରାଯାଉଛିି । ଏହି ମା ଗୃହ ଆଜି ତା'ର ୧୪ ତମ ବାର୍ଷିକ ଉତ୍ସବ ପାଳନ କରି ରାଷ୍ଟ୍ରର ବିକାଶ ନିମନ୍ତେ ଜେ.ଏନ୍.ଜି ଙ୍କ ଭୂମିକା ସମ୍ପର୍କରେ ଏକ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ଫୁଲବାଣୀର ପୂର୍ବତନ ବିଧାୟକ ଅଙ୍ଗଦ କହଁର ମୁଖ୍ୟଅତିଥି ଭାବେ ଉପସ୍ଥିତ ରହି ମା ଗୃହର ଉପକାରିତା ଓ ଯୁବପିଢି ମାନଙ୍କର ସହଭାଗିତାକୁ ଗୁରୁତ୍ୱ ଦେଇଥିଲେ । ଏଥି ସହିତ ଅତିଥି ଭାବେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଗୋଷ୍ଠି ଜନସ୍ୱାସ୍ଥ୍ୟ ଅଧିକାରି ଡାକ୍ତର ଜିତେନ କୁମାର ଜେନା, ଗୋଷ୍ଠି କାର୍ଯ୍ୟକ୍ରମ ପରିଚାଳକ ହର ଗୋବିନ୍ଦ ଜାନି, ସ୍ଥାନୀୟ ପ୍ରଧାନ ଶିକ୍ଷକ ଦିପ୍ତି ରଞ୍ଜନ ନନ୍ଦ, ବାଲନ୍ଦାପଡାର ବୁଦ୍ଧିଜିବୀ ବେଣୁଧର ନାଗ, ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମ ତରଫରୁ ମହିଳା ପରିଦର୍ଶିକା ଅପର୍ଣ୍ଣା ଦିଗାଲ ଓ ବିନତା କୁମାରି ପ୍ରଧାନ ଉପସ୍ଥିତ ରହି ଅବୁଝା ଭାବେ ରହିଯାଉଥିବା ପରିବାରଙ୍କୁ ସଚେତନ କରିବା ନିମନ୍ତେ ଆଗଧାଡିର ସ୍ୱାସ୍ଥ୍ୟସେବିକା/ସେବକ ମାନେ ଆହୁରି ଅଧିକରୁ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ ଏବଂ ଅଂଚଳର ଯୁବ ପିଢୀ ମାନେ ମଧ୍ୟ ଏପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ ଯୋଗଦେଇ ମା ଗୃହ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଆଭିମୂଖ୍ୟ ଏବଂ ଏହାର ସେବା ସମ୍ପର୍କରେ ଅବଗତ କରାଇ ବା ସହିତ ଜେ.ଏନ୍.ଜି ବୋଲି କୁହାଯାଉଥିବା ଆଜିର ଯୁବ ଗୋଷ୍ଠି ମାନଙ୍କୁ ଦିଗ୍ଦର୍ଶନ ଦେବାକୁ ଯାଇ କହିଥିଲେ ଯଦି ଜେ.ଏନ୍.ଜି ମାନେ ଜେ.ଏନ୍.ଏକ୍ସ ମାନଙ୍କ ସହିତ ସୁସମ୍ପର୍କ ରଖିବେ ତେବେ ଦେଶରେ ଏକ ବଡ ଧରଣର ପରିବର୍ତନ ଆସିପାରିବ ନଚେତ ଏହା ବିପରିତ ଦିଗକୁ ସୂଚାଇବ । ଅନୁଷ୍ଠାନର ବରିଷ୍ଠ କର୍ମୀ ପୁଷ୍ପିତା ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମା ଗୃହରେ ମିଳୁଥିବା ସେବା ଗୁଡିକ ବିଷୟରେ ସୂଚନା ଦେଇଥିଲେ । ଅନୁଷ୍ଠାନର ସ୍ୱାସ୍ଥ୍ୟ ସଂଯୋଜକ ବିଶ୍ୱରଞ୍ଜନ କରଙ୍କ କହିବା ଅନୁଯାଯୀ ଆଜି ପର୍ଯ୍ୟନ୍ତ ଏହି ବାଲନ୍ଦାପଡା ମା ଗୃହ ରେ ଆଡିମିଶନ୍ ନେଇ ୪୦୦୦ ରୁ ଅଧିକ ଜଣ ଗର୍ଭବତୀ ସେବା ପାଇଛନ୍ତି । ସେବା ପାଇଥିବା ମା ମାନଙ୍କୁ ପଚାରିବାରୁ ସେବା ଅତି ଉଚ୍ଚକୋଟିର ବୋଲି କହିବା ସହ ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତଙ୍କୁ ସାଧୁବାଦ ଦେଇ ଅନ୍ୟ ମା ମାନଙ୍କୁ ଉତ୍ସାହିତ କରିବାକୁ ମତବ୍ୟକ୍ତ କରିଥିଲେ ।

ବାଲନ୍ଦାପଡା ସ୍ୱାସ୍ଥ୍ୟକେନ୍ଦ୍ର ର ଏ.ଏନ୍.ଏମ୍, ସ୍ଥାନୀୟ ଆଶା ଓ ଅଙ୍ଗନବାଡି କର୍ମୀ, ଲୋକ ପ୍ରତିନିଧି ଓ ବାଲନ୍ଦାପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ର/ଛାତ୍ରୀ ମାନେ ଉପସ୍ଥିତ ଥିବାବେଳେ ମା ଗୃହ ତରଫରୁ ସାମନ୍ତି ଦିଗାଲ, ରିତାଞଳି ସାହୁ, ସିବାନି ଜାନି, ମାଣିକ ବେହେରା ଓ ସ୍ନେହଲତା କହଁର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଦିର୍ଘଦିନ ଧରି ସୁଚାରୁରୂପେ କାର୍ଯ୍ୟ ତୁଲାଇ ଆସୁଥିବା ତିନି ଜଣ ଯଥା- ପୁଷ୍ପିତା ସାହୁ, ସାମନ୍ତି ଦିଗାଲ ଓ ରିତାଞ୍ଜଳି ସାହୁଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande