ଗାଁ ସାଥୀ ସଂଘ ପକ୍ଷରୁ ୧୧ ଦଫା ଦାବି ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ
ମାଲକାନଗିରି, ୧୯ ସେପ୍ଟେମ୍ବର (ହି.ସ.)- ଗାଁ ସାଥୀଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ଜିଲ୍ଲା ଗାଁ ସାଥୀ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କୁ ଆଜି ୧୧ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସଭାପତି ରାମଚନ୍ଦ୍ର ମାଡକାମୀଙ୍କ ନେତୃତ୍ୱରେ ଏହି ଦାବିପତ୍ର ଦିଆଯାଇଥିଲା। ସଂଘ
ଗାଁ ସାଥୀଙ୍କ ପକ୍ଷରୁ ୧୧ ଦାବି ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ


ମାଲକାନଗିରି, ୧୯ ସେପ୍ଟେମ୍ବର (ହି.ସ.)- ଗାଁ ସାଥୀଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ଜିଲ୍ଲା ଗାଁ ସାଥୀ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କୁ ଆଜି ୧୧ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସଭାପତି ରାମଚନ୍ଦ୍ର ମାଡକାମୀଙ୍କ ନେତୃତ୍ୱରେ ଏହି ଦାବିପତ୍ର ଦିଆଯାଇଥିଲା।

ସଂଘ ପକ୍ଷରୁ ଗାଁ ସାଥୀଙ୍କୁ ମାସିକ ୧୫ ହଜାର ଟଙ୍କା ପ୍ରୋତ୍ସାହନମୂଳକ ଦରମା, ଖାଲି ଥିବା ଜିଆରଏସ୍ ପଦବୀରେ ଅଗ୍ରାଧିକାର, ଜିଓ-ଟ୍ୟାଗ୍ କାର୍ଯ୍ୟରେ ନିୟୋଜନ, ବକେୟା ପାଉଣା ପ୍ରଦାନ ଓ ମନରେଗା ଭଳି ବିଭିନ୍ନ କାର୍ଯ୍ୟରେ ନିୟୋଜନ ଦାବି କରାଯାଇଛି।

ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ କୋଠରୀରୁ ବାହାରି ଗାଁ ସାଥୀଙ୍କ ସହ ଆଲୋଚନା କରି ଯଥାସମ୍ଭବ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଥିଲେ। ଏହି ଦାବିପତ୍ର ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଶ୍ରମ ମନ୍ତ୍ରୀଙ୍କ ନିକଟକୁ ପଠାଇବାକୁ ଦାବି କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande