ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ସ୍ନାତକୋତର ରସାୟନ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଏନଏମଡିସି ଷ୍ଟିଲ୍ ପ୍ଲାଂଟକୁ ଏକ ସମୃଦ୍ଧ ଶିଳ୍ପ ଅଧ୍ୟୟନ ପରିଭ୍ରମଣ
ଜୟପୁର,୧୯ ସେପ୍ଟେମ୍ବର (ହି.ସ.) - ନାଗରନାର, ଛତିଶଗଡ଼: ଶିକ୍ଷା ଓ ଶିଳ୍ପ କ୍ଷେତ୍ର ମଧ୍ୟରେ ସମନ୍ୱୟ ରକ୍ଷା କରିବା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ସ୍ୱରୂପ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ସ୍ନାତକୋତର ରସାୟନ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ନିକଟରେ ଛତିଶଗଡ଼ର ନାଗରନାରସ୍ଥିତ ଅତ୍ୟାଧୁନିକ ଏନଏମଡ
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର  ରସାୟନ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଏନଏମଡିସି  ଷ୍ଟିଲ୍ ପ୍ଲାଣ୍ଟକୁ ଏକ ସମୃଦ୍ଧ ଶିଳ୍ପ ଅଧ୍ୟୟନ ପରିଭ୍ରମଣ


ଜୟପୁର,୧୯ ସେପ୍ଟେମ୍ବର (ହି.ସ.) - ନାଗରନାର, ଛତିଶଗଡ଼: ଶିକ୍ଷା ଓ ଶିଳ୍ପ କ୍ଷେତ୍ର ମଧ୍ୟରେ ସମନ୍ୱୟ ରକ୍ଷା କରିବା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ସ୍ୱରୂପ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ସ୍ନାତକୋତର ରସାୟନ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ନିକଟରେ ଛତିଶଗଡ଼ର ନାଗରନାରସ୍ଥିତ ଅତ୍ୟାଧୁନିକ ଏନଏମଡିସି ଷ୍ଟିଲ୍ ଲିମିଟେଡ୍' ପ୍ଲାଂଟକୁ ଏକ ବ୍ୟାପକ ଶିଳ୍ପ ଅଧ୍ୟୟନ ପରିଭ୍ରମଣ କରିଛନ୍ତି।ଏହି ଶିକ୍ଷାଗତ ପରିଭ୍ରମଣ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ହୃଷୀକେଶ ସେନାପତି, କୁଳସଚିବ ମହେଶ୍ୱର ଚନ୍ଦ୍ର ନାୟକ, ସିପିଜିସି ଡକ୍ଟର ପ୍ରଶାନ୍ତ କୁମାର ପାତ୍ର ଏବଂ ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ସୁଜିତ କୁମାର ଦେହୁରୀଙ୍କ ସମର୍ଥନ ଓ ମାର୍ଗଦର୍ଶନ ଯୋଗୁଁ ସଫଳତାର ସହ ସଂପନ୍ନ ହୋଇପାରିଛି। ଏଥିସହ ଏନଏମଡିସିର ମାନବ ସମ୍ବଳ ବିଭାଗର ସାଧାରଣ ପ୍ରବନ୍ଧକ ପ୍ରତାପ ଚନ୍ଦ୍ର ସାହୁଙ୍କ ସୂକ୍ଷ୍ମ ଯୋଜନା, ଆବଶ୍ୟକୀୟ ଦସ୍ତାବେଜ ପ୍ରସ୍ତୁତି ଏବଂ ସାଇଟ୍ ପରିଦର୍ଶନ ଅନୁମତି ପ୍ରଦାନ ଯୋଗୁଁ ଏହି କାର୍ଯ୍ୟକ୍ରମ ସହଜ ହୋଇପାରିଥିଲା। ରସାୟନ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ସ୍ମିତ ସାଗର ଶତପଥୀ ଏହି ସଂପୂର୍ଣ୍ଣ କାର୍ଯ୍ୟକ୍ରମର ନେତୃତ୍ୱ ନେବା ସହ ଏହାର ପରିଚାଳନା କରିଥିଲେ। ତାଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନ ଯୋଗୁଁ ଛାତ୍ରଛାତ୍ରୀମାନେ ଏହି ପରିଦର୍ଶନରୁ ସର୍ବାଧିକ ବ୍ୟାବହାରିକ ଓ ଅଭିଜ୍ଞତାପୂର୍ଣ୍ଣ ଶିକ୍ଷା ଲାଭ କରିବାରେ ସମର୍ଥ ହୋଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande