ଭୁବନ ନଗରପାଳଙ୍କ ଗଣେଶ ପୂଜା ମଣ୍ଡପ ପରିଦର୍ଶନ
ଭୁବନ, ୧୯ ସେପ୍ଟେମ୍ବର (ହି.ସ.) - ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଶନିବାର ସନ୍ଧ୍ୟାରେ ପ୍ରସିଦ୍ଧ ଗଣେଶ ପୂଜାରେ ବିଭିନ୍ନ ପୂଜା ମଣ୍ଡପ ବୁଲି ପ୍ରଭୁ ଗଜାନନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ନଗରପାଳ ଶ୍ରୀଯୁକ୍ତ ସାହୁଙ୍କ ସମେତ ଉପାଧ୍ୟକ୍ଷା ମାନିନୀ ସାହୁ,କାଉନସିଲର ଗିରିଧାରୀ ସାହୁ, ପପୁ କୁମ
ଗଣେଶ ମଣ୍ଡପ ପରିଦର୍ଶନ


ନଗରପାଳ ଙ୍କ ଗଣେଶ ପୂଜା ମଣ୍ଡପ ପରିଦର୍ଶନ


ଭୁବନ, ୧୯ ସେପ୍ଟେମ୍ବର (ହି.ସ.) - ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଶନିବାର ସନ୍ଧ୍ୟାରେ ପ୍ରସିଦ୍ଧ ଗଣେଶ ପୂଜାରେ ବିଭିନ୍ନ ପୂଜା ମଣ୍ଡପ ବୁଲି ପ୍ରଭୁ ଗଜାନନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ନଗରପାଳ ଶ୍ରୀଯୁକ୍ତ ସାହୁଙ୍କ ସମେତ ଉପାଧ୍ୟକ୍ଷା ମାନିନୀ ସାହୁ,କାଉନସିଲର ଗିରିଧାରୀ ସାହୁ, ପପୁ କୁମାର ସାହୁ,କଳ୍ପନା ବେହେରା,ବିଜେଡି ନେତା ନରେନ୍ଦ୍ର କୁମାର ସାହୁ,ଅଜୟ କୁମାର ସେଠୀ,ସୋମନାଥ ମହାରଣା,ଦେବେନ୍ଦ୍ର ସାହୁ, ନାରାୟଣ ନାୟକ,ବିନୋଦ ବେହେରା,ବିଶ୍ୱଜିତ୍ ବାରିକ,ସିଲୁ ନାୟକ,ପିଂଟୁ ଦାସ,ମୁରଲୀ ମୋହନ ନାୟକ, ରାକେଶ ଆଇଚ,ଶୁଭକାନ୍ତ ବର୍ଦ୍ଧନ,ବିଳାସ ସାମଲ ଓ ବହୁ ସଂଖ୍ୟକ ଦଳୀୟ କାର୍ଯ୍ୟକର୍ତା ବିଷ୍ଣୁପ୍ରିୟା ଗାଲାକ୍ସି ରୁ ବାହାରି କାଳୀ ବଜାର କଲେଜ ରୋଡ ରେ ଗୋଲ୍େଡନ କ୍ଲବ, ଗ୍ଲୋରୀୟସ କ୍ଲବ , ନାଇସ କ୍ଲବ, ଡାଇନାମିକ୍ କ୍ଲବ, ରକ୍ ଗଣପତ୍ କ୍ଲବ, ଡାଜଳିଂ କ୍ଲବ, ରୟାଲିୟନସ କ୍ଲବ, ଫ୍ରେଣ୍ଡସିପ କ୍ଲବ, ସୂର୍ଯ୍ୟନ୍ସ କ୍ଲବ, ଏକ୍ସାଇଟେଡ୍ କ୍ଲବ, ରିବିଲିୟନ୍ସ କ୍ଲବ , ମୁନଷ୍ଟାର କ୍ଲବ,କିଙ୍ଗଷ୍ଟାର କ୍ଲବ, ଡେଭିଲ କ୍ଲବ, ବ୍ରିଲିଆଂଟ କ୍ଲବ, ସ୍ପାର୍କଲର୍ କ୍ଲବ, ଗ୍ୟାଙ୍ଗଷ୍ଟାର କ୍ଲବ, ୱାରିଅର କ୍ଲବ୍, ଟାଇଟେନ୍ସ କ୍ଲବ୍,ଗ୍ଲାଡିଏଟର କ୍ଲବ୍,ହଂଟର କ୍ଲବ୍ ରେ ପ୍ରଭୁ ଗଜାନନଙ୍କ ଦର୍ଶନ କରିବା ସହ କ୍ଲବ୍ ସଦସ୍ୟ ମାନଙ୍କ ସହ ଭାବ ବିନିମୟ କରିବା ସହ ଉତ୍ସାହିତ କରିଥିଲେ। ଶେଷରେ ଚଳିତ ବର୍ଷ ୨୦୧୩ ମାଟ୍ରିକ ବ୍ୟାଚ ଫ୍ରେଣ୍ଡସିପ କ୍ଲବ ୧୨ ବର୍ଷ ପୂର୍ତି ଅବସରରେ ହାଇସ୍କୁଲ ପଡ଼ିଆରେ ବୃନ୍ଦାବନ ପ୍ରେମ ମନ୍ଦିରରେ ରାଧାକୃଷ୍ଣ ଙ୍କ ଦର୍ଶନ କରିବା ସହିତ ଭୁବନ ଜନ ସାଧାରଣଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ଭୁବନର ବିକାଶ ପାଇଁ ପ୍ରଭୁ ଗଜାନନଙ୍କ ଆଶୀର୍ବାଦ କାମନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande