ନେପାଳର ସମ୍ବିଧାନ ଦିବସରେ ଭାରତର ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଜଣାଇଲେ ଅଭିନନ୍ଦନ
କାଠମାଣ୍ଡୁ, ୧୯ ସେପ୍େଟମ୍ବର (ହି.ସ.)- ଭାରତର ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ନେପାଳର ସମ୍ବିଧାନ ଦିବସ ଅବସରରେ ଅଭିନନ୍ଦନ ବାର୍ତା ଦେଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ବିଦେଶ ମନ୍ତ୍ରୀ ଶିଶିର ଖନାଲଙ୍କ ନାମ ଉଲ୍ଲେଖ କରି ସମ୍ବିଧାନ ଦିବସ ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ବିଦେଶ
ନେପାଳର ସମ୍ବିଧାନ ଦିବସରେ ଭାରତର ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଜଣାଇଲେ ଅଭିନନ୍ଦନ


କାଠମାଣ୍ଡୁ, ୧୯ ସେପ୍େଟମ୍ବର (ହି.ସ.)- ଭାରତର ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ନେପାଳର ସମ୍ବିଧାନ ଦିବସ ଅବସରରେ ଅଭିନନ୍ଦନ ବାର୍ତା ଦେଇଛନ୍ତି।

ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ବିଦେଶ ମନ୍ତ୍ରୀ ଶିଶିର ଖନାଲଙ୍କ ନାମ ଉଲ୍ଲେଖ କରି ସମ୍ବିଧାନ ଦିବସ ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ବିଦେଶ ମନ୍ତ୍ରୀ ଜୟଶଙ୍କର ଲେଖିଛନ୍ତି, ନେପାଳର ଜାତୀୟ ଦିବସ ଅବସରରେ ବିଦେଶ ମନ୍ତ୍ରୀ ଶିଶିର ଖନାଲ, ନେପାଳ ସରକାର ତଥା ସମସ୍ତ ନେପାଳୀ ଜନତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା।

ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଭାରତ ପ୍ରତିବଦ୍ଧ। ଜୟଶଙ୍କର କହିଛନ୍ତି, ଆମର ଗଭୀର ଏବଂ ସ୍ଥାୟୀ ବନ୍ଧୁତ୍ୱକୁ ଆହୁରି ସୁଦୃଢ଼ କରିବା ପାଇଁ ଆମେ ପ୍ରତିବଦ୍ଧ।

-------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande