ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଭୀଷଣ ବର୍ଷା, କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ସର୍ବାଧିକ ୬୬.୮ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୧୯ ସେପ୍ଟେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଭୀଷଣ ବର୍ଷା ହୋଇଥିବା ବେଳେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ସର୍ବାଧିକ ୬୬.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି କଟକ ଜିଲ୍ଲାର ବାଙ
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଭୀଷଣ ବର୍ଷା, କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ସର୍ବାଧିକ ୬୬.୮ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୧୯ ସେପ୍ଟେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଭୀଷଣ ବର୍ଷା ହୋଇଥିବା ବେଳେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ସର୍ବାଧିକ ୬୬.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି କଟକ ଜିଲ୍ଲାର ବାଙ୍କୀରେ ୫୨.୦ ମି.ମି., କେନ୍ଦ୍ରାପଡା ଜିଲ୍ଲାର ଆଳିରେ ୪୯.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ବେଗୁନିଆରେ ୩୯.୦ ମି.ମି., କୋରାପୁଟ ଜିଲ୍ଲାର କୋଟପାଡରେ ୩୮.୦ ମି.ମି., କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ୩୮.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ଚନ୍ଦନପୁରରେ ୩୭.୪ ମି.ମି., ଢ଼େଙ୍କନାଳ ଜିଲ୍ଲାର ହିନ୍ଦୋଳରେ ୩୭.୩ ମି.ମି., କନ୍ଧମାଳ ଜିଲ୍ଲାର କେ. ନୂଆଗାଁରେ ୩୫.୦, କେନ୍ଦୁଝର ଜିଲ୍ଲାର ତେଲକୋଇରେ ୩୩.୬ ମି.ମି., ମାଲକାନଗିରି ଜିଲ୍ଲାର ପଡିଆରେ ୩୧.୦ ମି.ମି., ଜଗତସିଂହପୁର ଜିଲ୍ଲାର ତିର୍ତୋଲରେ ୩୦.୦ ମି.ମି. ଏବଂ ବାଲିକୁଦାରେ ୩୦.୦ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande