
ଭଦ୍ରକ, ୧୯ ସେପ୍ଟେମ୍ବର (ହି.ସ.) - ଗତ ୨ମାସ ମଧ୍ୟରେ ବୈତରଣୀ ନଦୀର ଆସିଥିବା ପାଂଚ ପାଂଚ ଥର ଆସିଥିବା ବନ୍ୟାରେ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିଲା ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡି, ସୁନ୍ଦରପୁର, ଓଳଗ, ନାନ୍ଦପୁର ୪ଟି ପଂଚାୟତ। ଏବେ ବନ୍ୟା ଛାଡିଥିବା ବେଳେ କୂଳ ଖାଉଛି ବୈତରଣୀ। ଫଳରେ ଓଳଗ ନିକଟସ୍ଥ ଅମୃତମଣୀ ଗାଁ ନୀକଟରେ ୨ଶହ ଫୁଟର ନଦୀବନ୍ଧ ବୈତରଣୀ ନଦୀଗର୍ଭକୁ ଚାଲିଯାଇଥିବା ବେଳେ ଅନେକ ସ୍ଥାନରେ ବଡ ଫାଟ ସୃଷ୍ଟି ହୋଇଛି। ସେହିପରି ଷାଠିବାଙ୍କୁଡା ଗାଁ ଠାରୁ କିଛି ଦୂର ବୈତରଣୀ ନଦୀ କୂଳ ଲଙ୍ଘି୍ୱାରୁ ପାଖାପାଖି ୫ଶହ ଫୁଟ ଲମ୍ବର ନଦୀପଠାରୁ ୍ୱଡବଡ ମାଟି ଅତଡ଼ାଖଣ୍ଡ ନଦୀ ମଧ୍ୟକୁ ଚାଲିଯାଇଛି। ତାହାସହ ସେହି ସ୍ଥାନ ଦେଇ ଆଖଣ୍ଡଳମଣି- କୁଆଖିଆ ୨୦ନମ୍ୱର ଜାତୀୟ ରାଜପଥ ଯାଇଥିବାରୁ ରାସ୍ତା ପ୍ରତି ବିପଦ ସୃଷ୍ଟି ହେବା ସହ ୪ଟି ପଞ୍ଚାୟତର ନଦୀକୂଳିଆ ଏବେ ଆତଙ୍କିତ ହୋଇପଡିଛନ୍ତି। ଏପରିକି ଗତ ୨ମାସ ମଧ୍ୟରେ ଆସିଥିବା ପାଖାପାଖି ୫ଥର ବନ୍ୟାରେ ବୈତରଣୀନଦୀ କୂଳ ଲଙ୍ଘିବାରୁ ଜାତୀୟ ରାଜପଥର ଦେଢ଼କିମି କଂକ୍ରିଟ ରାସ୍ତାକୁ ଧୋଇନେବା ସହ ୩ଶହ ଫୁଟର ଘାଇ ସୃଷ୍ଟି ହୋଇ ଆରଡି ସମେତ ୨୪ ଗାଁର ବହୁ କ୍ଷତି ଘଟାଇଥିଲା। ବନ୍ୟା ଛାଡିବା ପରେ କଟକ ଅଧିନ ଏନ୍.ଏଚ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ନଦୀ କଡ଼ରେ ବଲା ଓ ବାଲିବସ୍ତା ଦିଆଯାଇ ଘାଇ ମରାମତି କରାଯାଇଛି। ହେଲେ ହୋଇଯାଇଥିବା ରାସ୍ତାର ଅସ୍ଥାୟୀ ମରାମତି ହୋଇଥିଲେ ମଧ୍ୟ ଏବେବି ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି ସ୍ଥାନୀୟ ଅଂଚଳବାସୀଙ୍କ ସହ ଆଗନ୍ତୁକ ପର୍ଯ୍ୟଟକ। ଅନ୍ୟପଟେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ରବିବାର ଠାରୁ ଲଘୁଚାପ ପ୍ରଭାବରେ ବର୍ଷା ହେବ, ତେଣୁ ଦୃ୍ୱଳ ନଦୀବନ୍ଧର ଯଥାଶିଘ୍ର ମରାମତି ପାଇଁ ସ୍ଥାନୀୟ ଲୋକ କହିଛନ୍ତି। ନଦୀବନ୍ଧ ଧସିବା ଘଟଣା ସମ୍ପର୍କରେ ଧାମନଗର ଜଳସମ୍ପଦ ବିଭାଗର କନିଷ୍ଠଯନ୍ତ୍ରୀ ବିମଳ ପ୍ରସାଦ ବେହେରାଙ୍କୁ ପଚାରିବାରୁ ଆମର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି, ସେହି ସ୍ଥାନରେ ଆଗକୁ କାମ ହେବ ବୋଲି କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ