ସାରାବଙ୍ଗ ବଜାରରେ ଔଷଧ ଦୋକାନ ଯାଞ୍ଚ
ସାରାବଙ୍ଗ ବଜାରରେ ଔଷଧ ଦୋକାନ ଯାଞ୍ଚ ନୂଆପଡ଼ା, ୧୯ ସେପ୍ଟେମ୍ବର (ହି.ସ.)- ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ା ସାରାବଙ୍ଗ ବଜାରରେ ଥିବା ଔଷଧ ଦୋକାନଗୁଡ଼ିକରେ ଯାଞ୍ଚ କରାଯାଇଛି। ଉପ-ଜିଲ୍ଲାପାଳ ସୁର୍ମି ସୋରେନଙ୍କ ନେତୃତ୍ୱରେ ଅବକାରୀ ଓ ଡ୍ରଗ୍ସ ବିଭାଗର ଅଧିକାରୀମାନେ ଏହି
Oushadha dokan janch


ସାରାବଙ୍ଗ ବଜାରରେ ଔଷଧ ଦୋକାନ ଯାଞ୍ଚ

ନୂଆପଡ଼ା, ୧୯ ସେପ୍ଟେମ୍ବର (ହି.ସ.)-

ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ା ସାରାବଙ୍ଗ ବଜାରରେ ଥିବା ଔଷଧ ଦୋକାନଗୁଡ଼ିକରେ ଯାଞ୍ଚ କରାଯାଇଛି। ଉପ-ଜିଲ୍ଲାପାଳ ସୁର୍ମି ସୋରେନଙ୍କ ନେତୃତ୍ୱରେ ଅବକାରୀ ଓ ଡ୍ରଗ୍ସ ବିଭାଗର ଅଧିକାରୀମାନେ ଏହି କ୍ରମରେ ଦୁଇଟି ଔଷଧ ଦୋକାନରେ ଔଷଧର ମହଜୁଦ, ବିକ୍ରୟ ଓ ଆବଶ୍ୟକ ରେକର୍ଡପତ୍ର ଯାଞ୍ଚ କରିଥିଲେ।

ଯାଞ୍ଚ ସମୟରେ ଉଭୟ ଔଷଧ ଦୋକାନରେ କୋଡିନ୍ଯୁକ୍ତ (codeine) କଫ୍ ସିରପ୍ ମିଳିନଥିଲା। ଔଷଧର ଅପବ୍ୟବହାର ଓ ବେଆଇନ ବିକ୍ରୟ ରୋକିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଯାଞ୍ଚ ଆଗକୁ ମଧ୍ୟ ଜାରି ରହିବ।

ଯାଞ୍ଚ ସମୟରେ ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ ଓ ଡ୍ରଗ୍ସ ଇନ୍ସପେକ୍ଟର ସୁନିତା ନାଗ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande