
ଗଂଜାମ, 19 ସେପ୍ଟେମ୍ବର (ହି.ସ.) ପୁରୁଷୋତ୍ତମପୁରରେ ଗତକାଲି ସନ୍ଧ୍ୟାରେ ଏକବଡଧରଣର ଅଘଟଣ ଘଟିଛି। ଗଣେଶ ମେଢ଼ ଭସାଣୀ ବେଳେ ଜେନେରେଟର ବ୍ୟବହାର ପାଇଁ ଜାରରେ ପେଟ୍ରୋଲ ରଖାଯାଇଥିଲା। ତେବେ ଅକସ୍ମାତ୍ ସେଥିରେ ନିଆଁ ଲାଗି ଯାଇଥିଲା। ଫଳରେ ନିକଟରେ ଥିବା ୫ଜଣ ଶିଶୁ ପୋଡ଼ି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ପୁରୁଷୋତ୍ତମପୁର ଡାକ୍ତରଖାନାରେ ଭର୍ତି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ