ରାଧାଷ୍ଟମୀରେ ଭକ୍ତିମୟ ଭଦ୍ରକ ରାଧାଗୋବିନ୍ଦ ମନ୍ଦିର, ଆଧ୍ୟାତ୍ମିକ ଚେତନା ଓ ସଂସ୍କାର ସହ ଯୁବପିଢ଼ିଙ୍କୁ ଯୋଡ଼ିବାକୁ ଇସ୍କନର ପ୍ରୟାସ
ଭଦ୍ରକ, ୧୯ ସେପ୍ଟେମ୍ବର (ହି.ସ.) - ପବିତ୍ର ରାଧାଷ୍ଟମୀ ଅବସରରେ ଭଦ୍ରକ ସହରର ରାଧାଗୋବିନ୍ଦ ମନ୍ଦିରରେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉତ୍ସବ ପାଳିତ ହୋଇଛି। ଭୋର ସାଢ଼େ ୪ଟାରୁ ମଙ୍ଗଳା ଆରତୀରୁ ଦିନର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ରାଧାରାଣୀଙ୍କ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍
RADHA ASTAMI AT RADHA GOBINDA MANDIR BHADRAK


ଭଦ୍ରକ, ୧୯ ସେପ୍ଟେମ୍ବର (ହି.ସ.) - ପବିତ୍ର ରାଧାଷ୍ଟମୀ ଅବସରରେ ଭଦ୍ରକ ସହରର ରାଧାଗୋବିନ୍ଦ ମନ୍ଦିରରେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉତ୍ସବ ପାଳିତ ହୋଇଛି। ଭୋର ସାଢ଼େ ୪ଟାରୁ ମଙ୍ଗଳା ଆରତୀରୁ ଦିନର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ରାଧାରାଣୀଙ୍କ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗି ରହିଥିଲା। ଏହି ଅବସରରେ ଇସ୍କନ୍ ଭଦ୍ରକର ନିତ୍ୟସେବକ ଉଦ୍ଧବ କୃପା ଦାସ ସମସ୍ତ ସଦ୍ଭକ୍ତ ଓ ଭକ୍ତବୃନ୍ଦଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଇବା ସହ ଆଧ୍ୟାତ୍ମିକ ଜୀବନ ସହିତ ଯୋଡ଼ିହେବାକୁ ଆହ୍ୱାନ ଦେଇଥିଲେ। ସେ କହିଛନ୍ତି ଯେ, ପ୍ରାୟ ପନ୍ଦର ଦିନ ପୂର୍ବରୁ ମହାସମାରୋହରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା। ଭକ୍ତମାନେ ମନ୍ଦିରକୁ ଆସି ରାଧାରାଣୀଙ୍କ ଦର୍ଶନ କରିବା ସହ ଆଧ୍ୟାତ୍ମିକ ଚେତନାର ଅନୁଭବ ଲାଭ କରିଛନ୍ତି। ଇସ୍କନ୍ କେବଳ ଏକ ମନ୍ଦିର ନୁହେଁ, ବରଂ ମଣିଷର ଚଂଚଳ ମନକୁ ଶାନ୍ତ ଓ ସ୍ଥିର କରିବା ସହ ଆଧ୍ୟାତ୍ମିକ ଜୀବନ ପ୍ରତି ଆକୃଷ୍ଟ କରିବାର ଏକ ପ୍ରୟାସ ବୋଲି ସେ ମତ ପ୍ରକାଶ କରିଛନ୍ତି। ମଣିଷ ଆଧ୍ୟାତ୍ମିକ ଚେତନା ସହିତ ଯୋଡ଼ିହେଲେ ନିଜ ଜୀବନ ସହିତ ପରିବାର ଓ ପିଲାମାନଙ୍କୁ ମଧ୍ୟ ଉତମ ସଂସ୍କାର ଦେଇପାରିବ ବୋଲି ସେ କହିଛନ୍ତି। ନିଶାମୁକ୍ତ ସମାଜ ପାଇଁ ପ୍ରୟାସ ନିଶାମୁକ୍ତ ସମାଜ ଗଠନ ଦିଗରେ ମଧ୍ୟ ଇସ୍କନ୍ ପକ୍ଷରୁ ବିଭିନ୍ନ ସଚେତନତାମୂଳକ ପ୍ରୟାସ କରାଯାଉଥିବା ସେ ପ୍ରକାଶ କରିଛନ୍ତି। ବିଶେଷକରି ଆଜିକାଲି ବହୁ ଯୁବକ-ଯୁବତୀ ବେକାରି, ଚିନ୍ତା, ହତାଶା ଓ ବିଭିନ୍ନ ମାନସିକ ଚାପ ମଧ୍ୟରେ ରହୁଥିବା ବେଳେ ସେମାନଙ୍କୁ ଏକ ସକାରାତ୍ମକ ପରିବେଶ ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ଆଧ୍ୟାତ୍ମିକ ଶିକ୍ଷା ଓ ଭକ୍ତିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଗୀତା ଓ ଭାଗବତ ମାଧ୍ୟମରେ ଆଧ୍ୟାତ୍ମିକ ଶିକ୍ଷା ଭଗବଦ୍ ଗୀତା, ଭାଗବତ ଓ ବିଭିନ୍ନ ଆଧ୍ୟାତ୍ମିକ ଶିକ୍ଷା ମାଧ୍ୟମରେ ଯୁବପିଢ଼ିଙ୍କୁ ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ପରମ୍ପରା ସହିତ ଯୋଡ଼ିବା ପାଇଁ ଏହି ପ୍ରୟାସ କରାଯାଉଛି। ଆଧୁନିକ ଯୁଗରେ ମୋବାଇଲ୍ ଓ ଇଂଟରନେଟ୍ର ବ୍ୟବହାରକୁ ନେଇ ବିଭିନ୍ନ ନକାରାତ୍ମକ ଦିଗ ଉପରେ ଆଲୋଚନା ହେଉଥିବା ବେଳେ ଏହି ପ୍ରଯୁକ୍ତିକୁ ସକାରାତ୍ମକ କାର୍ଯ୍ୟରେ ବ୍ୟବହାର କରିବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି। ମୋବାଇଲ୍ ଓ ଅନଲାଇନ୍ ମାଧ୍ୟମରେ ଗୀତା ଶିକ୍ଷା, ଭଗବାନଙ୍କ ବାଣୀ ଓ ଆଧ୍ୟାତ୍ମିକ କ୍ଲାସ୍ରେ ଯୋଗଦେବାର ସୁଯୋଗ ରହିଛି। ତେଣୁ ପ୍ରଯୁକ୍ତିକୁ ନକାରାତ୍ମକ ଦିଗରେ ନୁହେଁ, ବରଂ ଜ୍ଞାନ ଓ ଆଧ୍ୟାତ୍ମିକ ଉନ୍ନତି ପାଇଁ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ପ୍ରତ୍ୟେକ ରବିବାର ଆଧ୍ୟାତ୍ମିକ ଶିକ୍ଷା ଭଦ୍ରକ ରାଧାଗୋବିନ୍ଦ ମନ୍ଦିରରେ ପ୍ରତ୍ୟେକ ରବିବାର ଆଧ୍ୟାତ୍ମିକ ଶିକ୍ଷା ଓ ଭକ୍ତିମୟ କାର୍ଯ୍ୟକ୍ରମ ହେଉଥିବା ନେଇ ଉଦ୍ଧବ କୃପା ଦାସ ସମସ୍ତଙ୍କୁ ଏଥିରେ ଯୋଗଦେବାକୁ ଅନୁରୋଧ କରିଛନ୍ତି। ଶେଷରେ ପବିତ୍ର ରାଧାଷ୍ଟମୀ ଅବସରରେ ସମସ୍ତଙ୍କ ଜୀବନରେ ଶାନ୍ତି, ସୁଖ, ସମୃଦ୍ଧି ଓ ଆଧ୍ୟାତ୍ମିକ ଚେତନା ଭରିଯାଉ ବୋଲି ଇସ୍କନ୍ ଭଦ୍ରକ ପକ୍ଷରୁ ପ୍ରାର୍ଥନା କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande