ଶହୀଦ ସ୍ମୃତି ସ୍ମାରକୀ ପ୍ରତିଯୋଗିତା
ଭଦ୍ରକ, ୧୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଶହୀଦ ନଗରସ୍ଥିତ ଶହୀଦ ସ୍ମୃତି ରକ୍ଷା ସମିତି ପକ୍ଷରୁ ତୃତୀୟ ବାର୍ଷିକ ଜିଲ୍ଲାସ୍ତରୀୟ ଶହୀଦ ସ୍ମାରକୀ ପ୍ରତିଯୋଗିତା ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରବନ୍ଧ ଲିଖନ ବକ୍ତୃତା ଚିତ୍ରାଙ୍କନ ପ୍ରତିଯୋଗିତ
SAHID SMRUTI SMARAKI PRATIJOGITA


ଭଦ୍ରକ, ୧୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଶହୀଦ ନଗରସ୍ଥିତ ଶହୀଦ ସ୍ମୃତି ରକ୍ଷା ସମିତି ପକ୍ଷରୁ ତୃତୀୟ ବାର୍ଷିକ ଜିଲ୍ଲାସ୍ତରୀୟ ଶହୀଦ ସ୍ମାରକୀ ପ୍ରତିଯୋଗିତା ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରବନ୍ଧ ଲିଖନ ବକ୍ତୃତା ଚିତ୍ରାଙ୍କନ ପ୍ରତିଯୋଗିତାରେ କନିଷ୍ଠ ଏବଂ ବରିଷ୍ଠ ବିଭାଗକୁ ନେଇ ୧୫୫ ଜଣ ସ୍କୁଲ କଲେଜ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ବରିଷ୍ଠ ଶିକ୍ଷକ ମନୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଭଦ୍ରକ ବ୍ଳକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ ମୁଖ୍ୟ ଅତିଥି ରୂପେ ଉଦଘାଟନ କରିଥିଲେ।ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ,ଶିକ୍ଷକ ସମୀର କୁମାର ଜେନା,ସାହିତ୍ୟିକ ଶରତ ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ଶହୀଦ ସ୍ମୃତି ରକ୍ଷା ସମିତିର ଉପସଭାପତି ସାମ୍ବାଦିକ ବୈକୁଣ୍ଠ ନାଥ ସାହୁ ଆଭିମୁଖ୍ୟ ପ୍ରଦାନ ସହ ଧନ୍ୟବାଦ ଦେଇଥିଲେ।ଆଖଣ୍ଡଳମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିହାର ରଂଜନ କର ବରିଷ୍ଠ ଅଧ୍ୟାପକ ନିକୁଞ୍ଜ କିଶୋର ଜେନା ସାହିତ୍ୟିକ ଅଧ୍ୟାପକ ଚିତରଞ୍ଜନ ଦାସ,ଗାଳ୍ପିକ ଅଧ୍ୟାପକ ଧୀରଞ୍ଜନ ପାତ୍ର ନାଟ୍ୟଶ୍ରୀ ନିର୍ମଳ ରାଉତ,ବରିଷ୍ଠ ଚିତ୍ରଶିଳ୍ପୀ ରତିକାନ୍ତ ନାୟକ,ଶିକ୍ଷକ ଧର୍ମେନ୍ଦ୍ର କୁମାର ଦାସ,ଚିତ୍ରଶିଳ୍ପୀ ଜୟନ୍ତ ନାୟକ ପ୍ରମୁଖ ପ୍ରତିଯୋଗିତାର ବିଚାରକ ଦାଇତ୍ୱ ନିର୍ବାହ କରିଥିଲେ।କୃତୀ ପ୍ରତିଯୋଗୀ ମାନଙ୍କୁ ସେପ୍େଟମ୍ବର ୨୨ ତାରିଖ ୮୪ତମ ଶହୀଦ ଦିବସ ସମାରୋହରେ ପୁରସ୍କୃତ କରାଯିବ ବୋଲି ସ୍ମୃତି ରକ୍ଷା ସମିତି ପକ୍ଷରୁ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande