
ପଟ୍ଟାମୁଣ୍ଡାଇ , 19 ସେପ୍ଟେମ୍ବର (ହି.ସ.)
ପଟ୍ଟାମୁଣ୍ଡାଇ ୧୯/୦୯ ଆଜି ଅପରାହ୍ନ ସମୟରେ ମନୀଷ କୁମାର ମହାନ୍ତି ତିନି ଜଣ ଛାତ୍ରଙ୍କ ସହିତ ଏକ ଅଟୋ ଗାଡିରେ ସ୍କୁଲରୁ ଫେରୁଥିଲେ। ସେହି ସମୟରେ ମୋଟରସାଇକେଲରେ ଆସୁଥିବା ତିନି ଜଣ ଅଜଣା ବ୍ୟକ୍ତି ସେମାନଙ୍କୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଅଭିଯୋଗକାରୀ ଓ ଅନ୍ୟମାନେ ଗାଡିରୁ ଓହ୍ଲାଇବା ପରେ ଅଭିଯୁକ୍ତମାନେ ସେମାନଙ୍କୁ ମୁଥ ମାରି ଓ ପଥର ଫିଙ୍ଗି ଆକ୍ରମଣ କରିଥିଲେ। ଅଭିଯୋଗକାରୀ ବିରୋଧ କରିବାରୁ ଜଣେ ଅଭିଯୁକ୍ତ ତାଙ୍କୁ ଚାପୁଡା ମାରି ମୁହଁରେ ଜୋରରେ ମୁଥ ମାରିଥିଲା, ଯାହା ଫଳରେ ଗୁରୁତର ଆଘାତ ଲାଗି ନାକରୁ ରକ୍ତ ବାହାରିଥିଲା। ପଥର ମାଡ଼ ଯୋଗୁଁ ଅଭିଯୋଗକାରୀଙ୍କ ପିଠି ଓ ଗାଲରେ ଆଘାତ ଲାଗିବା ସହ ଶରୀରର ବିଭିନ୍ନ ସ୍ଥାନରେ ଏକାଧିକ କ୍ଷତ ଓ ରକ୍ତସ୍ରାବ ହୋଇଛି। ଅଟୋ ଡ୍ରାଇଭର ହସ୍ତକ୍ଷେପ କରିବାରୁ ଅଭିଯୁକ୍ତମାନେ ତାଙ୍କ ବେକରେ ମଧ୍ୟ ମାଡ ମାରିଥିଲେ। ଅଭିଯୁକ୍ତମାନେ ଅଭିଯୋଗକାରୀଙ୍କ ମୁଣ୍ଡକୁ ପଥର ଫିଙ୍ଗି ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ, ଯାହା ସେମାନଙ୍କ ଜୀବନ ପ୍ରତି ଗୁରୁତର ବିପଦ ସୃଷ୍ଟି କରିଥିଲା। ଅଭିଯୁକ୍ତମାନେ ମଦ୍ୟପାନ କରିଥିବା ପରି ଜଣାପଡୁଥିଲା ଏବଂ ମୋଟରସାଇକେଲକୁ ବେପରୁଆ ଭାବରେ ଚଲାଉଥିଲେ। ଏହିପରି ଅଭିଯୁକ୍ତମାନେ ଅଭିଯୋଗକାରୀ ଓ ଅନ୍ୟମାନଙ୍କୁ ଆକ୍ରମଣ କରି ଆଘାତ ପହଞ୍ଚାଇ ସେମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛନ୍ତି l ଥାନା ରେ ଲିଖିତ ଅଭିଯୋଗ ପରେ ତିନି ଜଣ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର କୋର୍ଟରେ ହାଜର କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ