ଶ୍ରୀ ଗଣେଶ ଭସାଣୀ ଉତ୍ସବ, କମ୍ପୁଛି କେନ୍ଦ୍ରାପଡ଼ା ସହର
କେନ୍ଦ୍ରାପଡ଼ା, ୧୯ ସେପ୍ଟେମ୍ବର(ହି.ସ.) – ଶ୍ରୀ ଗଣେଶ ଚତୁର୍ଥୀ ଠାରୁ କେନ୍ଦ୍ରାପଡ଼ା ସହରରେ ବିଭିନ୍ନ ମଣ୍ଡପରେ ପୂଜା ପାଇ ଆସୁଥିବା ଗଣେଶ ମୂର୍ତିମାନଙ୍କର ଆଜି ଭସାଣୀ ଉତ୍ସବ ମହା ଆଡ଼ମ୍ବର ଓ ଜାକଜକମର ସହ ଅନୁଷ୍ଠିତ ହେଉଛି। ଏହି ଭସାଣୀ ଉତ୍ସବରେ ପ୍ରାୟ ୩୨ଟି ଗଣେଶ ମେଢ଼ ଭାଗ ନେଇ ନିଜ ନିଜ ମଣ୍ଡପରୁ ଶ
ଶ୍ରୀ ଗଣେଶ ଭସାଣୀ ଉତ୍ସବ, କମ୍ପୁଛି କେନ୍ଦ୍ରାପଡା ସହର


କେନ୍ଦ୍ରାପଡ଼ା, ୧୯ ସେପ୍ଟେମ୍ବର(ହି.ସ.) – ଶ୍ରୀ ଗଣେଶ ଚତୁର୍ଥୀ ଠାରୁ କେନ୍ଦ୍ରାପଡ଼ା ସହରରେ ବିଭିନ୍ନ ମଣ୍ଡପରେ ପୂଜା ପାଇ ଆସୁଥିବା ଗଣେଶ ମୂର୍ତିମାନଙ୍କର ଆଜି ଭସାଣୀ ଉତ୍ସବ ମହା ଆଡ଼ମ୍ବର ଓ ଜାକଜକମର ସହ ଅନୁଷ୍ଠିତ ହେଉଛି। ଏହି ଭସାଣୀ ଉତ୍ସବରେ ପ୍ରାୟ ୩୨ଟି ଗଣେଶ ମେଢ଼ ଭାଗ ନେଇ ନିଜ ନିଜ ମଣ୍ଡପରୁ ଶୋଭାଯାତ୍ରାରେ ଆସି ପୁରୁଣା ବସ୍ଷ୍ଟାଣ୍ଡ ମେଲଣ ପଡ଼ିଆରେ ଏକତ୍ରିତ ହେବାରେ ଲାଗିଛନ୍ତି। ସହରର ସୁନେଇଲୋ, ଏକଣାଖଣ୍ଡି, ସାନମଙ୍ଗଳା, ବଡ଼ ମଙ୍ଗଳା, ଅଯୋଧ୍ୟା ନଗର, ଗୋପ, ଭଗେଶ୍ୱର ପୁର, କେଶପୁର ବଜାର, ବାସୁଳେଇ ପ୍ରଭୃତି ଗ୍ରାମମାନଙ୍କରେ ଥିବା କ୍ଲବ ଓ ଯୁବକ ସଂଘ ପକ୍ଷରୁ ପ୍ରାୟ ୧୮ଟି ମେଢ଼ କରାଯାଇ ଥିବାବେଳେ ପୁରୁଣା ବସ୍ଷ୍ଟାଣ୍ଡ, ନୂଆ ବସ୍ଷ୍ଟାଣ୍ଡ, ମୀରପାଟଣା, ବଡହାଟ ପ୍ରଭୃତି ଅଂଚଳରେ ୧୪ଟି ମେଢ଼ କରାଯାଇ ଥିବା ସୂଚନା ମିଳିଛି। ପ୍ରଶାସନ ସହ ନିଷ୍ପତି କ୍ରମେ ଶନିବାର ସକାଳ ୬ଟା ଠାରୁ ରବିବାର ସକାଳ ୬ଟା ଭିତରେ ସମସ୍ତ ମେଢ଼ ମେଲଣରେ ଭାଗ ନେଇ ନିଜ ନିଜ ଭସାଣୀ ଘାଟରେ ମୂର୍ତିମାନଙ୍କୁ ବିସର୍ଜନ ଦେବେ। ଆଜିର ଶୋଭାଯାତ୍ରାରେ ନିଜ ନିଜ ମେଢ଼ ସହିତ ଯୁବକ ସଂଘର ସଦସ୍ୟ ଓ କ୍ଲବମାନଙ୍କର ସଦସ୍ୟମାନେ ଶୋଭାଯାତ୍ରାରେ ବାଜା ରୋସଣୀ ସହ ନୃତ୍ୟ, ସଙ୍ଗୀତ ଓ ଆଲୋକ ସଜ୍ଜା ସହ ଭାଗ ନେଇ ମେଲଣ ପଡ଼ିଆ ଅଭିମୁଖେ ଆସୁଥିବାର ଦେଖିବାକୁ ମିିଳିଛି। ଏହି ଭସାଣୀ ଉତ୍ସବରେ ସଙ୍ଗୀତ ପରିବେଷଣ ପାଇଁ ଗଞ୍ଜାମ, ଆନ୍ଧ୍ର, ଛତିଶଗଡ଼ ପ୍ରଭୃତି ଅଂଚଳର ବ୍ୟାଣ୍ଡ ପାର୍ଟିମାନେ ଯୋଗ ଦେଇଥିବା ଓ ପାରମ୍ପରିକ ଢୋଲ, ମାଦଳ, ଘଂଟ ବାଦ୍ୟ ଦଳମାନେ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଛି। ପୋଲିସ ପ୍ରଶାସନ ପକ୍ଷରୁ ଭଷାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇ ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଦିନକ ପାଇଁ ମଦ ଦୋକାନ ଓ ନିଶାଦ୍ରବ୍ୟ କାରବାର ଉପରେ କଟକଣା ଜାରି କରାଯାଇଛି। ଏହି ଭସାଣୀ ଉତ୍ସବ ଦେଖିବା ପାଇଁ ସହରର ଆଖପାଖ ଅଂଚଳର ଗ୍ରାମମାନଙ୍କରୁ ବହୁ ସଂଖ୍ୟାରେ ମହିଳା, ପୁରୁଷ ଓ ଛୋଟପିଲାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିବା ଜଣାପଡ଼ିଛି। ରିପୋର୍ଟ ଲେଖା ହେଲାବେଳକୁ ଶାନ୍ତି ଶୃଙ୍ଖଳାର ସହ ଭସାଣୀ ଉତ୍ସବ ଅନୁଷ୍ଠିତ ହେଉଥିବା ସୂଚନା ମିଳିଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande