
କେନ୍ଦ୍ରାପଡା, ୧୯ ସେପ୍ଟେମ୍ବର (ହି.ସ.)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଭଗବାନପୁର, ଈଶ୍ୱରପୁର, ଗୋପ, କେଶପୁର ଗ୍ରାମବାସୀବୃନ୍ଦ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ୍.ଆର୍. ଆୟାରଙ୍କୁ ଭେଟି ଈଶ୍ୱରପୁର ଗ୍ରାମରେ ଥିବା ପବିତ୍ର ତୁଳସୀ ଚଉଁରାଟି ଅବସ୍ଥିତ । ଯାହାକି ଆମ ଚାରି ଗ୍ରାମର ଧାର୍ମିକ ଭାବାବେଗ ସହିତ ପ୍ରାୟ ଦୁଇଶହ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଓତଃପ୍ରୋତଃ ଭାବେ ଜଡିତ ।ତୁଳସୀଚଉଁରା କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ସହିତ ମଧ୍ୟ ଜଡିତ । ପ୍ରତିବର୍ଷ କୁମାର ପୂର୍ଣ୍ଣିମା ଦିନ ଶ୍ରୀଶ୍ରୀସିଦ୍ଧ ବଳଦେବଜୀଉ ମନ୍ଦିରରୁ ଚଳନ୍ତି ପ୍ରତିମା ଗୋବିନ୍ଦଜୀଉ ବିଗ୍ରହ ବିମାନରେ ଶୋଭାଯାତ୍ରାରେ ଏଠାକୁ ଆସନ୍ତି । କେନ୍ଦ୍ରାପଡା ପୈାରସଂସ୍ଥା ତରଫରୁ ତୁଳସୀଚଉଁରା ଥିବା ସ୍ଥାନକୁ ନିଜ ଦଖଲକୁ ନେବାକୁ ଆଦେଶ ଜାରି କରାଯାଇଛି । ଏଣୁ ଏହାକୁ ଆମ୍ଭେମାନେ ତୀବ୍ର ବିରୋଧ କରି ଆପଣମାନଙ୍କୁ ଜଣାଉଅଛୁ ଯେ, ତୁଳସୀଚଉଁରା ଯେଉଁ ସ୍ଥାନରେ ଅଛି ତାହାର ଅକ୍ଷୁର୍ଣ୍ଣତା ବଜାୟ ରଖିବାକୁ ଆମେ ଦାବି କରୁଛୁ। ଏହି ଦାବିପତ୍ର ପ୍ରଦାନ ସମୟରେ କ୍ଷୀରୋଦ କର, ଅନନ୍ତ ଚରଣ କର, ନୃସିଂହ ପ୍ରସାଦ ପତ୍ରୀ, ବିଭୂତିଭୂଷଣ ପତ୍ରୀ, ଅକ୍ଷୟ ପ୍ରସାଦ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି