ବିଶ୍ୱକର୍ମା ସମାଜର ନୂତନ କର୍ମକର୍ତ୍ତା ଚୟନ, ହରିଶ୍ଚନ୍ଦ୍ର ସଭାପତି,ସମ୍ପାଦକ ଅଜିତ
Kandhmal Viswakarma Samaja Election News
ଫୋଟ


କନ୍ଧମାଳ , ୧୯ ସେପ୍ଟେମ୍ବର (ହି.ସ.) କନ୍ଧମାଳ ଜିଲ୍ଲା ବିଶ୍ୱକର୍ମା ସମାଜ ର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ଗତ ଶୁକ୍ରବାର ସନ୍ଧ୍ୟା ରେ ଫୁଲବାଣୀ ବିଶ୍ୱକର୍ମା ମନ୍ଦିରରେ ଏକ ବୈଠକ ରେ ବିଶ୍ଵକର୍ମା ଭାଇ ମାନଙ୍କ ବିଭିନ୍ନ ସମସ୍ୟା ଓ ସମାଜ ର ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା। ସମାଜକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବିଭିନ୍ନ ମତ ପ୍ରକାଶ ପାଇଥିଲା। ସଭାପତି ହରିଶ୍ଚନ୍ଦ୍ର ମହାରଣା ପ୍ରତି ସଂକ୍ରାନ୍ତି ଦିନ ସମାଜ ର ଏକ ବୈଠକ କରିବା ଏବଂ ସମସ୍ତ ସଦସ୍ୟ କିପରି ଯୋଗଦେବେ ତାଉପରେ ଗୁରୁତ୍ୱ ଦେଇଥିଲେ। ଉପଦେଷ୍ଠା ଅଜିତ ମହାରଣା ବିଶ୍ୱକର୍ମା ଭାଇ ମାନଙ୍କ ଦୁର୍ବଳ କାର୍ଯ୍ୟ ରେ ସମସ୍ତେ ଠିଆହେବା ଓ ପ୍ରତିବର୍ଷ ପରି ବଣ ଭୋଜି ସମାଜକୁ ଏକାଠି କରିବାକୁ ସାହାଯ୍ୟ କରିବ ବୋଲି କହିଥିଲେ। ଶେଷରେ ଉପସ୍ଥିତ ସଦସ୍ୟ ମାନେ ନୂତନ କମିଟି ଚୟନ କରିଥିଲେ। ହରିଶ୍ଚନ୍ଦ୍ର ମହାରଣା ଙ୍କୁ ପୁନର୍ବାର ସଭାପତି ଭାବେ ମନୋନୀତ କରାଯାଇଥିଲା। ସର୍ବ ସମ୍ମତି ଭାବେ ଅଜିତ ମହାରଣା ସମ୍ପାଦକ, ଶରତ ମହାରଣା କୋଷାଧକ୍ଷ, ଉପଦେଷ୍ଠା ଭାବେ, ପିତାମ୍ବର ମହାରଣା, ତ୍ରିନାଥ ମହାରଣା ଓ ଚକ୍ରଧର ମହାରଣା ମୋନାନୟନ ହୋଇଥିଲେ। କାର୍ଯ୍ୟକାରୀ ସଦସ୍ୟ ଭାବେ ନାରାୟଣ ମହାରଣା, ପ୍ରଫୁଲ୍ଲ ମହାରଣା, ସୁଶାନ୍ତ ମହାରଣା, ବାବୁ ମହାରଣା, ନାରାୟଣ ମହାରଣା, ସିଵା ମହାରଣା ଓ କୈଳାସ ମହାରଣା ଙ୍କୁ ମନୋନୀତ ହୋଇଥିଲେ। ନବ ନିଯୁକ୍ତ କର୍ମକର୍ତ୍ତା ଙ୍କୁ ସମାଜ ପକ୍ଷରୁ ସମ୍ମାନିତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande