ବିଧାନସଭା ଉପନିର୍ବାଚନ : ନନ୍ଦୀଗ୍ରାମ ପରେ ଏବେ ରେଜୀନଗରରୁ ମଧ୍ୟ ମମତା ବାନାର୍ଜୀଙ୍କ ପ୍ରାର୍ଥୀ ନାମ କଲେ ପ୍ରତ୍ୟାହାର
କୋଲକାତା, ୧୯ ସେପ୍େଟମ୍ବର (ହି.ସ.)- ପଶ୍ଚିମବଙ୍ଗର ନନ୍ଦୀଗ୍ରାମରେ ଅପ୍ରତ୍ୟାଶିତ ଘଟଣାକ୍ରମ ପରେ, ଏବେ ମୁର୍ଶିଦାବାଦ ଜିଲ୍ଲାର ରେଜୀନଗର ବିଧାନସଭା ଉପନିର୍ବାଚନରେ ମଧ୍ୟ ବଡ଼ ଫେରବଦଳ ହୋଇଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ''ର ପ୍ରାର୍ଥୀ ରବିଉଲ ଆଲମ ଚୌଧୁରୀ ଉପନି
ବିଧାନସଭା ଉପନିର୍ବାଚନ : ନନ୍ଦୀଗ୍ରାମ ପରେ ଏବେ ରେଜୀନଗରରୁ ମଧ୍ୟ ମମତା ବାନାର୍ଜୀଙ୍କ ପ୍ରାର୍ଥୀ ନାମ କଲେ ପ୍ରତ୍ୟାହାର


କୋଲକାତା, ୧୯ ସେପ୍େଟମ୍ବର (ହି.ସ.)- ପଶ୍ଚିମବଙ୍ଗର ନନ୍ଦୀଗ୍ରାମରେ ଅପ୍ରତ୍ୟାଶିତ ଘଟଣାକ୍ରମ ପରେ, ଏବେ ମୁର୍ଶିଦାବାଦ ଜିଲ୍ଲାର ରେଜୀନଗର ବିଧାନସଭା ଉପନିର୍ବାଚନରେ ମଧ୍ୟ ବଡ଼ ଫେରବଦଳ ହୋଇଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ'ର ପ୍ରାର୍ଥୀ ରବିଉଲ ଆଲମ ଚୌଧୁରୀ ଉପନିର୍ବାଚନରୁ ନିଜ ନାମାଙ୍କନ ପ୍ରତ୍ୟାହାର କରିବାକୁ ନିଷ୍ପତି ନେଇଛନ୍ତି। ଏହା ସହିତ, ଆଗାମୀ ଉପନିର୍ବାଚନରେ ଉଭୟ ଗୁରୁତ୍ୱପୂର୍ଣ୍ଣ ଆସନରେ ମମତା ବାନାର୍ଜୀଙ୍କ ଗୋଷ୍ଠୀର କୌଣସି ପ୍ରାର୍ଥୀ ଆଉ ମଇଦାନରେ ରହିନାହାନ୍ତି।

ଶନିବାର ସକାଳେ ରବିଉଲ ଆଲମ ଚୌଧୁରୀ ନିଜ ସମର୍ଥକମାନଙ୍କ ସହ ବୈଠକ ପରେ ସ୍ପଷ୍ଟ କରିଥିଲେ ଯେ ସେ ଅପରାହ୍ନରେ ବହରମପୁରସ୍ଥିତ ପ୍ରଶାସନିକ ଭବନକୁ ଯାଇ ଆନୁଷ୍ଠାନିକ ଭାବେ ନିଜ ନାମ ପ୍ରତ୍ୟାହାର କରିବେ। କାରଣ ଶନିବାର ହିଁ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ, ତେଣୁ ଏହି ନିଷ୍ପତି ପରେ ଦଳ ପାଖରେ ନୂଆ ପ୍ରାର୍ଥୀ ଠିଆ କରିବାର କୌଣସି ବିକଳ୍ପ ଆଉ ରହିନାହିଁ।

ନିଜ ନିଷ୍ପତିର କାରଣ ବତାଇ ରବିଉଲ କହିଛନ୍ତି, ଏତେ କମ୍ ସମୟ ମଧ୍ୟରେ ନୂଆ ନିର୍ବାଚନ ଚିହ୍ନକୁ ଭୋଟରମାନଙ୍କ ପାଖରେ ପହଂଚାଇବା ଏକ ବଡ଼ ଚ୍ୟାଲେଞ୍ଜ। ଆମ ପାଖରେ ପୁରୁଣା ପ୍ରତୀକ ନାହିଁ ଏବଂ କର୍ମୀମାନଙ୍କ ଉପରେ ଭାରି ଚାପ ସୃଷ୍ଟି କରାଯାଉଛି। ଅନେକ ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି। ଏଭଳି ପରିବେଶରେ ନିର୍ବାଚନ କିପରି ଲଢ଼ାଯାଇପାରିବ?'

ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ଏ ସମ୍ପର୍କରେ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି। ରବିଉଲଙ୍କ ଅନୁସାରେ, ଦିଦି କହିଛନ୍ତି ଯେ ଯାହା ଭଲ ଲାଗେ, ତାହା କର। ଯେଉଁ କର୍ମୀମାନଙ୍କ ଭରସାରେ ମୁଁ ନିର୍ବାଚନ ଲଢ଼େ, ସେମାନେ ହିଁ ମୋତେ ମଇଦାନରୁ ହଟିଯିବାକୁ ପରାମର୍ଶ ଦେଇଛନ୍ତି। ଯଦି କର୍ମୀମାନେ ସାଥ୍ ଦେଇପାରିବେ ନାହିଁ, ତେବେ ମୁଁ ନିର୍ବାଚନ କିପରି ଲଢ଼ିବି?'

ରବିଉଲ ରେଜୀନଗରର ଜଣେ ଅଭିଜ୍ଞ ରାଜନେତା। ସେ ୨୦୧୩ର ଉପନିର୍ବାଚନ ଏବଂ ୨୦୧୬ର ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ଏଠାରୁ ବିଜୟ ହାସଲ କରିଥିଲେ। ଏହା ପରେ, ୨୦୨୧ରେ ସେ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ଭାବେ ବିଜୟର ହ୍ୟାଟ୍ରିକ୍ କରିଥିଲେ। ତେବେ, ୨୦୨୬ର ସଦ୍ୟ ବିଧାନସଭା ନିର୍ବାଚନରେ ତାଙ୍କୁ ବେଲଡାଙ୍ଗାରୁ ଟିକେଟ ଦିଆଯାଇଥିଲା, ଯେଉଁଠାରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।

-----------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande