
ଧର୍ମଶାଳା, ୧୯ ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ପକ୍ଷରୁ ଅବହେଳିତ ଓ ନିସ୍ପେଶିତ ଲୋକମାନଙ୍କୁ ଆର୍ଥିକ ସହାୟତା ପ୍ରଦନ କରାଯାଇଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଲିତ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ନିରନ୍ତର ଭାବେ ଗରିବ,ଅସହାୟ,ଅବହେଳିତ, ନିଷ୍ପେଶିତ ଓ ଆର୍ଥିକ ଅନଗ୍ରସର ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଆସୁଛି । ବିଧାୟକ ଶ୍ରୀ ସାହୁଙ୍କ ନିର୍ଦ୍ଦେଶକ୍ରମେ ଝିଅର ବାହାଘର ନିମନ୍ତେ ଅଂଟିଆ ପଂଚାୟତ ଅଂଟିଆ ଗ୍ରାମର ଭୀଷ୍ମସେନନଙ୍କ ପରିବାର ଆର୍ଥିକ ଅନାଟନରେ ଥିବା ଅଂଟିଆ ଗ୍ରାମର ପ୍ରମିଳା ରାଉତ,ଅଂଟିଆ ଉପରସାହିର ସନ୍ତୋଷୀ ଗୋଛାୟତଙ୍କୁ ମାସିକିଆ ଆର୍ଥିକ ସହାୟତା,ଆର୍ଥିକ ଅନାଟନରେ ଥିବା ଅଂଟିଆ ଉପରସାହିର କାଳନ୍ଦି ଜେନା,ଝିଅର ପାଠପଢା ଲାଗି ଅଂଟିଆ ଉପରସାହିର ଶ୍ରୀକାନ୍ତ ରାଉତ,କିଡନୀ ରୋଗର ଚିକିତ୍ସା ନିମନ୍ତେ ଅଂଟିଆ ଉପରସାହିିର ସାଇନୀ ପ୍ରଧାନ,ଆର୍ଥିକ ଅନାଟନରେ ଚଳୁଥିବା ପାଟପୁର ପଂଚାୟତ ପାଟପୁର ଗ୍ରାମର କନକ ରାଉତ,ଚିକିତ୍ସା ଲାଗି ଅଭୟପୁର ଗ୍ରାମର ହଳଧର ବେହେରା,ଆର୍ଥିକ ଅନାଟନରେ ଥିବା ପରିବାର ନିମନ୍ତେ ଅଭୟପୁର ଗ୍ରାମର ବିପିନ ମଲିକ,ଘର ଛାତ ପକାଇବା ନିମନ୍ତେ ଅଭୟପୁର ଗ୍ରାମର ପଂଚାନନ ରାଉତ,ଚିକିତ୍ସା ଲାଗି ଚହଟା ପଂଚାୟତ ଚହଟା ଗ୍ରାମର କୈଳାସ ମଲିକ,ଚିକିତ୍ସା ନିମନ୍ତେ ଚୋରମୁହାଁ ପଂଚାୟତ ଚୋରମୁହାଁ ଗ୍ରାମର ତୁଳସୀ ବେହେରା, ଝିଅର ପାଠପଡା ଲାଗି ଅଂଟିଆ ଉରସାହିର ପୁଷ୍ପଲତା ଦାସ, ସ୍ପାଇନାଲ କର୍ଡ ସମସ୍ୟାରେ ଥିବା ଅଂଟିଆ ଗ୍ରାମର ରାକେଶ ଜେନା,ଦୁଇ ଝିଅଙ୍କ କାନ ଅସ୍ତ୍ରୋପଚାର ପାଇଁ ଅଂଟିଆ ଗ୍ରାମର ବିନ୍ଦୁଲତା ମହାରଣା,ବୟସର ଅପରାହ୍ନରେ ଘରେ କେହି ନଥିବାରୁ ଅଂଟିଆ ଗ୍ରାମର ମଧୁସୁଦନ ମହାରଣା , ତିନି ଝିଅ ପାଠ ପଢୁଥିବା ବେଳେ ଆର୍ଥିକ ଅନାଟନରେ ଚଳୁଥିବା କୁମୁଦୁନୀ ପ୍ରଧାନ,ଝିଅର ପାଠପଢା ପାଇଁ ଅଂଟିଆ ଉପରସାହିର ଡଲିପ୍ରଭା ବାରିକଙ୍କୁ ଟ୍ରଷ୍ଟ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟର ସଦସ୍ୟମାନେ ସେମାନଙ୍କ ଘରେ ପହଁଚି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସମେତ ବାହାର ଅଂଚଳର ଆର୍ଥିକ ଅନାଟନରେ ଥିବା ପରିବାରକୁ ଏଭଳି ଆର୍ଥିକ ସହାୟତା ପ୍ରଦାନ ଜାରି ରହିବ ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ