ଆଶ୍ରୟ ପକ୍ଷରୁ ସମୁଦ୍ରକୂଳ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ
ପୁରୀ, ୧୯ ସେପ୍େଟମ୍ବର (ହି.ସ.) -ଆଇସିସି ୨୦୨୬ ଅଧୀନରେ ଆଜି ପୁରୀ ସମୁଦ୍ର ବେଳାଭୂମିରେ ସମୁଦ୍ର ବେଳାଭୂମି ସଫେଇ ଓ ଜନସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସମୁଦ୍ର ପ୍ରଦୂଷଣ, ସମୁଦ୍ର ଓ ଉପକୂଳ ପରିବେଶର ସୁରକ୍ଷା ତଥା ବେଳାଭୂମିକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ସମ୍ପର୍କରେ ଜନସ
ଆଶ୍ରୟ ପକ୍ଷରୁ ସମୁଦ୍ରକୂଳ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ


ପୁରୀ, ୧୯ ସେପ୍େଟମ୍ବର (ହି.ସ.) -ଆଇସିସି ୨୦୨୬ ଅଧୀନରେ ଆଜି ପୁରୀ ସମୁଦ୍ର ବେଳାଭୂମିରେ ସମୁଦ୍ର ବେଳାଭୂମି ସଫେଇ ଓ ଜନସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସମୁଦ୍ର ପ୍ରଦୂଷଣ, ସମୁଦ୍ର ଓ ଉପକୂଳ ପରିବେଶର ସୁରକ୍ଷା ତଥା ବେଳାଭୂମିକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟଉଦ୍ଦେଶ୍ୟ ଥିଲା।ଏହି କାର୍ଯ୍ୟକ୍ରମ ଆଶ୍ରୟ ଏନଜିଓ , ପୁରୀ ପକ୍ଷରୁ ଏନସିସିଆର , ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସହଯୋଗ ଓ ପ୍ରାୟୋଜନରେ ପୁରୀ ସମୁଦ୍ର ବେଳାଭୂମିରେ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଭିମନ୍ୟୁ ବେହେରା, ସହକାରୀ କମିଶନର ଏବଂ ପୂର୍ବତନ ନଗରପାଳ ଗୌରହରି ପ୍ରଧାନ ଯୋଗ ଦେଇଥିଲେ। ସେମାନଙ୍କ ସହ ଏନସିସିଆର ବୈଜ୍ଞାନିକ ଡ. ରବୀନ୍ଦ୍ର କୁମାର ସାହୁ, ସଂଯୋଜକ ଡ. ମୁକୁନ୍ଦ କେଶରୀ ଖଡ଼ଙ୍ଗା, ଆଶ୍ରୟ ସଭାପତି ସୁନୀଲ କୁମାର ପଣ୍ଡା , ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ବଡ଼ଜେନା , ଆଶ୍ରୟଙ୍କ ସହ ଆଶ୍ରୟ ଏନଜିଓ ର ସେବାକାରୀ ଓ ସ୍ୱେଚ୍ଛାସେବୀ ଅମ୍ବା, ଅରୁଣ, ଅନିଲ, ବିଭୂତି, ବାପି ଓଦୀପକ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସ୍ଥାନୀୟ ସି-ବିଚ୍ ବଜାର କମିଟିର ସଦସ୍ୟ, ମତ୍ସ୍ୟଜୀବୀ ସମ୍ପ୍ରଦାୟର ସଦସ୍ୟ, ଆଶ୍ରୟ ଏନଜିଓ ର ସ୍ୱେଚ୍ଛାସେବୀ, ଅତିଥ୍ ଏବଂ ଏନସିସିଆର ର ସଂଯୋଜକ ମାନଙ୍କ ସମେତ ପ୍ରାୟ ୭୫ ଜଣ ଅଂଶଗ୍ରହଣ କରିଥିଲେ।ସଫେଇ କାର୍ଯ୍ୟକ୍ରମ ସମୟରେ ସମସ୍ତ ଅଂଶ ଗ୍ରହଣକାରୀ ମିଳିତ ଭାବେ ପୁରୀ ସମୁଦ୍ର ବେଳାଭୂମିରୁ ପ୍ରାୟ ୧୧୨ କିଲୋଗ୍ରାମ ସାମୁଦ୍ରିକ ଆବର୍ଜନା ସଂଗ୍ରହ କରିଥିଲେ। ସଂଗ୍ରହ କରାଯାଇଥିବାଆବର୍ଜନାକୁ ପୁରୀ ପୌରସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା। ଏହି ସଫେଇ କାର୍ଯ୍ୟକ୍ରମ ମାଧ୍ୟମରେ ବେଳାଭୂମିକୁ ସ୍ୱଚ୍ଛ ରଖୁବା, ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ଆବର୍ଜନାକୁ ସମୁଦ୍ରରେ ପ୍ରବେଶ କରିବାରୁ ରୋକିବା ଏବଂ ସାମୁଦ୍ରିକ ପରିବେଶର ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଇଥିଲା ।ଏହାପରେ, ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଦିଗବାରେଣୀ ରୁ ହୋଟେଲ୍ ଭିକ୍ଟୋରିଆ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା। ଅଂଶଗ୍ରହଣ କାରୀମାନେ ବିଭିନ୍ନ ସଚେତନତାମୂଳକ ପ୍ଲାକାର୍ଡ ଓ ପତାକା ଧରି ସମୁଦ୍ର ଓ ବେଳାଭୂମି ସୁରକ୍ଷା ସମ୍ପର୍କିତ ସ୍ଲୋଗାନ ଦେଇଥିଲେ।ରାଲି ସମୟରେ ନିମ୍ନଲିଖ୍ ସ୍ଲୋଗାନ ଦିଆଯାଇଥିଲା ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର । ସ୍ୱଚ୍ଛ ଉପକୂଳ, ସୁରକ୍ଷିତ ସମୁଦ୍ର ଆମ ବେଳାଭୂମି । ଆମ ଗର୍ବ ପୁରୀ ବେଳାଭୂମି ସଫା ରଖୁବା ଆମର କର୍ତବ୍ୟ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମୁଦ୍ର ଓ ଉପକୂଳ ପରିବେଶର ସୁରକ୍ଷା, ସାମୁଦ୍ରିକ ପ୍ରଦୂଷଣ ହ୍ରାସ, ସମୁଦ୍ର ଆବର୍ଜନା ନିୟନ୍ତ୍ରଣ ଏବଂ ପୁରୀ ସମୁଦ୍ର ବେଳାଭୂମିକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖୁବାପାଇଁ ଜନସାଧାରଣଙ୍କ ମଧ୍ୟରେ ସାମୂହିକ ଦାୟିତ୍ୱବୋଧ ସୃଷ୍ଟି କରିବା।ଏହି ଜନସଚେତନତା ଓ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମକୁ ସମର୍ଥନ କରିଥିବାରୁ ଆୟୋଜକମାନେ ମାନ୍ୟବର ଭାରତର ପ୍ରଧାନମନ୍ତ୍ରୀ ଏବଂ ମାନ୍ୟବର ପୃଥିବୀ ବିଜ୍ଞାନ ମନ୍ତ୍ରୀଙ୍କୁ ଆନ୍ତରିକକୃତଜ୍ଞତା ଜଣାଇଛନ୍ତି।ଏଥୁସହିତ ଏନସିସିଆର ର ନିର୍ଦ୍ଦେଶକ, ଜାତୀୟ ସଂଯୋଜକ, ସଂଯୋଜକ ଓ ସ୍ଥାନୀୟ ସଂଯୋଜକ, ପୁରୀ ପୌରସଂସ୍ଥା, ଆଇଆଇସି ସିବିଚ୍ , ପୋଲିସ୍ ଷ୍ଟେସନର କର୍ମଚାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନ,ସ୍ୱେଚ୍ଛାସେବୀ, ସ୍ଥାନୀୟ ସମୁଦାୟ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସେମାନଙ୍କର ମୂଲ୍ୟବାନ ସହଯୋଗ ଓ ସମର୍ଥନ ପାଇଁ ଆୟୋଜକମାନେ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି।ବିଶେଷକରି, କାର୍ଯ୍ୟକ୍ରମକୁ ସଫଳ କରିବାରେ ଆଶ୍ରୟ ଏନଜିଓ ର ସେବାକାରୀ ଓ ସ୍ୱେଚ୍ଛାସେବୀ ଅମ୍ବା, ଅରୁଣ, ଅନିଲ, ବିଭୂତି, ବାପି ଓ ଦୀପକଙ୍କ ମୂଲ୍ୟବାନ ସହଯୋଗ ପାଇଁ ଆଶ୍ରୟ ଏନଜିଓ ପକ୍ଷରୁ ବିଶେଷ କୃତଜ୍ଞତା ଜଣାଯାଇଛି।କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଂଶଗ୍ରହଣକାରୀ ସ୍ୱଚ୍ଛ ବେଳାଭୂମି, ସୁସ୍ଥ ସମୁଦ୍ର ଏବଂ ଭବିଷ୍ୟତ ପିଢ଼ି ପାଇଁ ଏକ ସୁରକ୍ଷିତ ସାମୁଦ୍ରିକ ପରିବେଶ ଗଠନ ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବାର ସଂକଳ୍ପ ନେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande