ବ୍ରହ୍ମବରଦା ଗଣେଶ ପୂଜା ମଣ୍ଡପରେ ସନ୍ଧ୍ୟାରେ ଜମୁଛି ଭିଡ
ଧର୍ମଶାଳା,୧୯ ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଂଚଳର ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ସନ୍ଧ୍ୟାରେ ନ ନ ଥିବା ଭିଡ ଜମୁ ଥିବା ଦେଖିବାକୁ ମିଳିଛି । ବିଭିନ୍ନ ପୂଜା ମଣ୍ଡପରେ ସୁନ୍ଦର ସାଜସଜ୍ଜା ଓ ଆଲୋକ ତୋରଣ ନିମନ୍ତେ ବିଭିନ୍ନ ଅଂଚଳରୁ ଶ୍ରଦ୍ଧାଳୁ ଆସୁଥିବା ଦେଖିବାକୁ
ବ୍ରହ୍ମବରଦା ଗଣେଶ ପୂଜା ମଣ୍ଡପରେ ସନ୍ଧ୍ୟାରେ ଜମୁଛି ଭିଡ


ଧର୍ମଶାଳା,୧୯ ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଂଚଳର ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ସନ୍ଧ୍ୟାରେ ନ ନ ଥିବା ଭିଡ ଜମୁ ଥିବା ଦେଖିବାକୁ ମିଳିଛି । ବିଭିନ୍ନ ପୂଜା ମଣ୍ଡପରେ ସୁନ୍ଦର ସାଜସଜ୍ଜା ଓ ଆଲୋକ ତୋରଣ ନିମନ୍ତେ ବିଭିନ୍ନ ଅଂଚଳରୁ ଶ୍ରଦ୍ଧାଳୁ ଆସୁଥିବା ଦେଖିବାକୁ ମିଳିଛି । ଏବଂ ବିଭିନ୍ନ ପୂଜାମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି । ବ୍ରହ୍ମବରଦା ପଂଚାୟତସ୍ଥ ବେଲଗୁଡି ବାବମଣୀ ୟୁଥ୍ କ୍ଲକ ଓ ଚାରିଗାରପୁର ବୀର ବଜରଙ୍ଗୀ ପୂଜା ମଣ୍ଡପ ଚଳଚଂଚଳ ହୋଇ ଉଠିଛି । ସନ୍ଧ୍ୟାରେ ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଏହି ଦୁଇ ପୂଜା ମଣ୍ଡପ ବୁଲି ବାବା ଗଣେଶଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ଯୁବନତା ଉଦୟଭାନୁ ଦେଓ,ପ୍ରଶାନ୍ତ ବଟ,ସୁଧାଶୁଂ ଶେଖର ସାହୁ,ରାକେଶ ଦାସ,ହେମାନ୍ଦ୍ରୀ ବଟ, ରାଜେଶ ଦାସ,ଅଭିମନ୍ୟୁ ପାଣ୍ଡେ,ସାଗର ପାଣ୍ଡେ ଓ ଶୁଭେନ୍ଦ୍ର ପାଣ୍ଡେ ଓ ବୀର ବଜରଙ୍ଗୀ ବ୍ଳକର ସଭାପତି ପ୍ରୀୟ ରଂଜନ ରାଉତ,ସମ୍ପାଦକ ସୁଶାନ୍ତ ରାଉତ, କୋଷାଧ୍ୟକ୍ଷ ସୌମ୍ୟ ରଂଜନ ରାଉତ,ବୀର କିଶୋର ରାଉତ,ସ୍ମୃତି ରଂଜନ ରାଉତ ଓ ସପନା ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ପୂଜା କମିଟିର ସମସ୍ତ ସଭ୍ୟ ଶ୍ରୀ ମହାପାତ୍ରଙ୍କୁ ପୂଜାମଣ୍ଡପ ନିକଟକୁ ପାଚ୍ଛୋଟି ଆଣିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande