
Bhubaneswar, 19 ସେପ୍ଟେମ୍ବର (ହି.ସ.)
ଜୟପୁର:-ପ୍ରତି ବର୍ଷ ଭଳି ଚଳିତ ବର୍ଷ ଜୟପୁର ସଦର ମହକୁମା ଠାରେ ଦୂର୍ଗା ପୂଜା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମାନ୍ୟବର ବିଧାୟକ ଜୟପୁର, ଶ୍ରୀ ତାରା ପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ପୌରପାଳିକା କାର୍ଯ୍ୟ।ଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ କାର୍ଯ୍ୟ ବିଷୟରେ ଆଲୋଚନା କର।ଯାଇ ଥିଲା ଯେପରି ଏହି ବର୍ଷ ୧୦ ଗୋଟି ମୃଣ୍ମୟ ମୂର୍ତ୍ତି ହେବ। ବିଭିନ୍ନ ସ୍ଥାନରୁ ୧୫୦ ରୁ ଉର୍ଦ୍ଦ ଲାଠି ଆସିବ । ସେମାନଙ୍କ ରହିବା ଏବଂ ଖାଇବା ବ୍ୟବସ୍ଥା ଏନଡୋମେଣ୍ଟ ବ୍ୟବସ୍ଥା କରିବେ । ୦୫.୧୦.୨୦୨୬ ରିଖ ମୂଳାଷ୍ଟମୀ , ଶୁଭ ଅନୁକୂଳ ବିଭିନ୍ନ ଦେବାଦେବୀ ନିମନ୍ତ୍ରଣ ସହ ଛ ଖଣ୍ଡ ଗ୍ରାମ (ସଲପା, ତେଲିଆ, ଧାର୍ଣ୍ଣ।ହାଣ୍ଡି, କଙ୍ଗ।, ଜାମୁଣ୍ଡ। ଓ ଖଡପା) ଠାକୁରାଣୀଙ୍କ ନଗର ପରିକ୍ରମା ସନ୍ଧ୍ୟା ୭ ଘଟିକା ଠାରୁ ୯ ଘଟିକା ମଧ୍ୟରେ ହେବ ଏବଂ ଶ୍ରୀ ଶ୍ରୀ ମାଁ ଭଗବତୀ ଙ୍କ ପିଠେ ଶୁଭ ଅନୁକୂଳ ହେବ । ଏହି ସମୟରେ ୨ ଜଣ କନଷ୍ଟେବଲ୍ ଓ ଜଣେ ପୋଲିସ କର୍ମଚାରୀ ରହିବେ ଓ ତ। ସହିତ ଅଗ୍ନିଶମ ଗାଡି ପଛରେ ରହିବ । ୫ ଗୋଟି ପେଣ୍ଡାଲ(ରାଜା ନଗର, କାଳିକା ମନ୍ଦିର, ବସନ୍ତ ଦେଇ, ଭୁଜପତି ସ।ହି ଓ ପାରବେଡ଼ା) ଓ ଯେଉଁ ସ୍ଥାନରେ ଭୋଗ ଦିଆ ହେଉଛି ଲାଇଟ୍ ଲାଗିବ । ଯେଉଁ ଦିନ ପ୍ରୋଶେସନ ହେବ ସେହି ଦିନ ଗୋଟିଏ ଏମ୍ବୁଲେନ୍ସ ରହିବ, ରାଜାନଗର ଛକ ଠାରେ ଅସ୍ଥାୟୀ ମେଡ଼ିକାଲ ଟେଣ୍ଟ କାରାଯିବା ସହ ଜଣେ ସ୍ଵାସ୍ଥ୍ୟ କର୍ମଚାରୀ ରହିବେ । ଅଷ୍ଠମୀ ନବମୀ ଓ ଦଶମୀ ୩ ଦିନ ମଦ ଦୋକାନ ବନ୍ଧ ରହିବ ଏହି ଦିନ ପୋଲିସ ଓ excise ବିଭାଗ ମିଶି ବୁଲି ଦେଖିବେ ଯେମିତି କୌଣସି ବ୍ୟକ୍ତି ସେହି ଦିନ ମଦ୍ୟପାନ ନ କରନ୍ତୁ । ପୂଜା ଦିନ କୌଣସି ଶ୍ରଦ୍ଧାଳୁ ପେଣ୍ଡଳ ଭିତରେ ଦୀପ ନ ଲଗେଇ ଦୀପ ଷ୍ଟାଣ୍ଡରେ ଦୀପ ଲଗେଇବେ । ଯାନବାହାନ ନିୟନ୍ତ୍ରଣ ନିମନ୍ତେ ରାଜା ନଗର- ଭଗବତୀ ମନ୍ଦିରରୁ ଏକ ପାଖି ରାସ୍ତା କରିବେ। ଚାରି ଚକିଆ ଯାନ ବାହାନ ପାର୍କିଂ ନିମନ୍ତେ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ, ପୁରୁଣା ତହସିଲ କାର୍ଯ୍ୟ।ଳୟ ଓ ନୂତନ ବସ ଷ୍ଟାଣ୍ଡରେ, ଆନ୍ଧ୍ର ବ୍ୟାଙ୍କ ସାମନା ଠାରେ କରାଯାଊଛି । ପ୍ରତ୍ୟକ ମୃଣ୍ମୟୀ ମନ୍ଦିର ପାଖରେ ପୋଲିସ କର୍ମଚାରି ନିଯୋଜିତ ହୋଇ ଥିବେ। ସାସ୍କୃତିକ କାର୍ଯ୍ୟକ୍ରମ ୫ ଦିନ ଧରି ବସନ୍ତ ଦେଇ ମନ୍ଦିରରେ , ଜଗତ ଜନନୀ ମନ୍ଦିର ନିକଟରେ, ରାଜାନଗର ଛକ ଠାରେ ଓ ପରବେଡ଼ା ଠାରେ ହେବ ୧୬.୧୦.୨୦୨୬ ରିଖ ଦିନ ଶ୍ରୀ ଶ୍ରୀ କାଳିକା ଦେବୀ ଙ୍କ ସୁନାବେଶ ଏବଂ ୧୯.୧୦.୨୦୨୬ ଦିନ ବିଶ୍ରାମ ପୂଜା ଶ୍ରୀ ଶ୍ରୀ ଭଗବତୀ ଦେବୀଙ୍କ ସୁନାବେଶ । ବିସର୍ଜନ ଦିନ ଦଶହରା ପଢିଆ ଠାରେ SP, Collector, DIG ପ୍ରମୁଖ ଉପସ୍ଥିତ ରହିବେ । ଦଶହରା ପଢିଆରେ ୨ ଗୋଟି ଅଗ୍ନିଶମ ଗାଡି ଦୁଇ ପାଶ୍ୱରେ ରହିବା । ବିମାନ ଯିବା ବାଟରେ ଲିଚୁ ଲାଇଟ ଲଗାଇବା ସହ ଚାରି ପାଶ୍ୱରେ ଟ୍ୟୁବ ଲାଇଟ ଲାଗିବ ଏହାର ଦାୟିତ୍ବ ପୂର୍ତ୍ତ ବିଭାଗକୁ ଦିଆଗଲା । ୧୧ ତାରିଖ ଠାରୁ ନବରାତ୍ରୀ ଆରମ୍ଭ ହେବ । ଚଳିତ ବର୍ଷ ୬ ଗୋଟି ପାଣି ଟ୍ୟାଙ୍କ ଲାଗିବ(ଇନ୍ଦିରା ଚକା, କାଳୀ ମନ୍ଦିର, ପ।ରାବେଡ଼ା ଚକ, ରାଜାନଗର ଛକ ) ମାନଙ୍କରେ ଲାଗିବ । ଏହି ବର୍ଷ ପ୍ରତି ପେଣ୍ଡଲର ମ।ନ ନିରୀକ୍ଷଣ SDO R&B ଜୟପୁର କରିବେ । ଏହି ବୈଠକରେ ମାନ୍ୟବର ବିଧାୟକ ଜୟପୁର, ତାରା ପ୍ରସାଦ ବାହିନୀପତି , ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପଜିଲ୍ଲାପାଳ, ଜୟପୁର ସୁଶ୍ରୀ ଶୁଭ୍ରା ପଣ୍ଡା, ଉପଖଣ୍ଡ ଆରକ୍ଷୀ ପୋଲିସ ଅଧିକାରୀ ସୁଶ୍ରୀ ଅରଚିତ୍ତ ମିତ୍ତଲ, ତହସିଲଦାର ସବ୍ୟସାଚୀ ଜେନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର, ଜୟପୁର, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂଜା ରାଉତ, ସମ୍ପାଦକ ଦେବତ୍ତର ବିଭାଗ ଦେବେଦର ବାହିନୀପତି ପ୍ରମୁଖ ମଞ୍ଚାସୀନ ଥିଲେ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଜୟପୁର ଓ ଅନ୍ୟାନ୍ୟ ସଞ୍ଜୟ ଜୈନ, ସଭାପତି ବାଣିଜ୍ୟ ସଂଘ ଜୟପୁର, ଶ୍ରୀ କୃଷ୍ଣ ଚନ୍ଦ୍ର ଦାସ, କାଳୀ ପ୍ରସାଦ ଦାସ, ସହରର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ପୂଜା କମିଟିର ସମସ୍ତ କର୍ମକର୍ତ୍ତା, ସମସ୍ତ ମନ୍ଦିରର ସେବାୟତ, ପ୍ରମୁଖ ଉପସ୍ଥିତ ରହିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି