ବ୍ରହ୍ମବରଦା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟରେ ଯୋଗ ଦେଲେ ଡକ୍ଟର ନିଷ୍କ୍ରାନ୍ତ ଶୁଭ୍ରମନ୍ୟୁ ସାହୁ
ଧର୍ମଶାଳା,୧୯ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଜିଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ବ୍ରହ୍ମବରଦା ନୂତନ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଡାକ୍ତର ଭାବେ ନିଷ୍କ୍ରାନ୍ତ ଶୁଭ୍ରମନ୍ୟୁ ସାହୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳବାସୀ ଖୁସିବ୍ୟକ୍ତ କରିବା ସହ ନୂତ
ବ୍ରହ୍ମବରଦା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟରେ ଯୋଗ ଦେଲେ ଡକ୍ଟର ନିଷ୍କ୍ରାନ୍ତ ଶୁଭ୍ରମନ୍ୟୁ ସାହୁ


ଧର୍ମଶାଳା,୧୯ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଜିଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ବ୍ରହ୍ମବରଦା ନୂତନ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଡାକ୍ତର ଭାବେ ନିଷ୍କ୍ରାନ୍ତ ଶୁଭ୍ରମନ୍ୟୁ ସାହୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳବାସୀ ଖୁସିବ୍ୟକ୍ତ କରିବା ସହ ନୂତନଭାବେ ଯୋଗ ଦେଇଥିବା ଶ୍ରୀ ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି । ପୂର୍ବରୁ ଏଠାରେ ଡ. ସୂର୍ଯ୍ୟକାନ୍ତଙ୍କ ପଦୋନ୍ନତି ହେବା ଫଳରେ ଏଠାରେ ଡାକ୍ତର ପଦବୀ ଖାଲି ପଡିଥିଲା । ଫଳରେ ଦୈନଦିନ ଶହଶହ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମଧୁବନ ଓ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅତି ଆବଶ୍ୟକସ୍ଥଳେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡୁଥିଲା । ଏନେଇ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀ ଓ ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ରଙ୍କୁ ଜଣାଇଥିଲେ । ଶ୍ରୀ ମହାପାତ୍ର ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଆବଶ୍ୟକତା ଦୃଷ୍ଟରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଶ୍ରୀ ସାହୁ ଯୋଗ ଦେଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳର ବରିଷ୍ଠ ମୁରବୀ,ବୁଦ୍ଧିଜୀବି ଓ ସ୍ୱେଚ୍ଛାସେବୀ ସଂଗଠନର ସଭ୍ୟମାନେ ଶ୍ରୀ ମହାପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande