
ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)- ଅନ୍ତର୍ଜାତୀୟ
ଉପକୂଳ ସ୍ୱଚ୍ଛତା ଦିବସ ୨୦୨୬ ଅବସରରେ ଶ୍ରୀକ୍ଷେତ୍ର ପୁରୀସ୍ଥିତ ବ୍ଲୁ ଫ୍ଲାଗ୍ ବିଚ୍ରେ
ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହି ଅବସରରେ
ଉପସ୍ଥିତ ଅତିଥିଗଣ ଏବଂ ସ୍ୱେଚ୍ଛାସେବୀମାନଙ୍କ ସହ ବେଳାଭୂମି ସଫେଇରେ ସାମିଲ ହୋଇଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ଆମ ଉପକୂଳକୁ ସ୍ୱଚ୍ଛ
ରଖିବା ପାଇଁ ସମସ୍ତଙ୍କ ସହଭାଗିତା ଜରୁରୀ । ଆଜି ଅନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ୨୦୨୬
ଅବସରରେ ଶ୍ରୀକ୍ଷେତ୍ର ପୁରୀସ୍ଥିତ ବ୍ଲୁ ଫ୍ଲାଗ୍ ବିଚ୍ରେ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ
ଯୋଗଦେଇ ଉପକୂଳ ସ୍ୱଚ୍ଛତାର ଆବଶ୍ୟକତା ବାବଦରେ ଆଲୋକପାତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ
ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ପୁରୀ
ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ପୁରୀ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂହ ଏବଂ
ବାଲୁକା ଶିଳ୍ପୀ ପଦ୍ମଶ୍ରୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟ ଉପକୂଳ
ସ୍ୱଚ୍ଛତା ଦିବସ ଅବସରରେ ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଭାତି
ପରିଡାସ୍ୱଚ୍ଛ
ଉପକୂଳ,
ସୁସ୍ଥ ପରିବେଶ ପାଇଁ ଶପଥ ଗ୍ରହଣ କରିଥିଲେ । ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କୁ
ପୁରସ୍କୃତ କରିଥିଲେ। ଆମ ପରିବେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଭାଗିଦାରୀ ନିଶ୍ଚିତ ଭାବେ
ଉତ୍ସାହଜନକ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା