ଚୋରି ମାମଲାରେ ଦୁଇ ଗିରଫ, ୫ ଚୋରା ବାଇକ ଉଦ୍ଧାର
ଜୟପୁର, ୧୯ ସେପ୍ଟେମ୍ବର (ହି.ସ.) - କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଂଚଳରୁ ଦୀର୍ଘଦିନ ଧରି ଚୋରି ଓ ଡକାୟତି ବୃଦ୍ଧି ପାଉଥିବା ବେଳେ ଆଜି ବୋରିଗୁମ୍ମା ପୋଲିସ ପକ୍ଷରୁ ଏକ ବାଇକ ଲୁଟେରା ଗ୍ୟାଙ୍ଗ କୁ କାବୁ କରାଯାଇଛି, ଗ୍ୟାଙ୍ଗ ର ଦୁଇ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ସମ
ଚୋରି ମାମଲାରେ ଦୁଇ ଗିରପ, ୫ ଚୋରା ବାଇକ ଉଦ୍ଧାର


ଜୟପୁର, ୧୯ ସେପ୍ଟେମ୍ବର (ହି.ସ.) - କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଂଚଳରୁ ଦୀର୍ଘଦିନ ଧରି ଚୋରି ଓ ଡକାୟତି ବୃଦ୍ଧି ପାଉଥିବା ବେଳେ ଆଜି ବୋରିଗୁମ୍ମା ପୋଲିସ ପକ୍ଷରୁ ଏକ ବାଇକ ଲୁଟେରା ଗ୍ୟାଙ୍ଗ କୁ କାବୁ କରାଯାଇଛି, ଗ୍ୟାଙ୍ଗ ର ଦୁଇ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ସମାନଙ୍କ ଠାରୁ ଚୋରି ହୋଇଥିବା ୫ ଗୋଟି ବାଇକ କୁ ଉଦ୍ଧାର କରିଛି ପୋଲିସ, ବାଇକ ଲୁଟେରା ଗ୍ୟାଙ୍ଗର ଦୁଇଜଣ ବୋରିଗୁମ୍ମା ଥାନା କୋଣାଗାଁ ର ଯୁଗଲ ହରିଜନ ଏବଂ କୋଟପାଡ଼ ଥାନା ଡାଙ୍ଗରୀଗୁଡାର ଚନ୍ଦ୍ର ହରିଜନକୁ ଗିରଫ କରାଯାଇଛି, ୨୯/୭/୨୬ ବୋରିଗୁମ୍ମା ଏବଂ ୧୩/୯/୨୬ କଣା ଗାଁ ରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ଅଭିଯୋଗ ଆଧାର ତଦନ୍ତ ଆରମ୍ଭ କରିଥିଲା ପୋଲିସ କୋଣାଗାଁ ର ଅଭିଯୁକ୍ତ ଯୁଗଳଙ୍କୁ ସୋନ୍ଧେହ ଘେରରେ ରଖିଥିଲା ପୋଲିସ ତାକୁ ରଖି ପୋଚରା ଉଚ୍ଚରା କରିବା ପରେ ସହଯୋଗୀ ଚନ୍ଦ୍ର ହରିଜନଙ୍କୁ ଗିରଫ କରିଥିଲା ପୋଲିସ ଏମାନଙ୍କ ଗ୍ୟାଙ୍ଗରେ ଆଉ କେତେ ଜଣ ସହଯୋଗୀ ଅଛନ୍ତି କେଉଁ କେଉଁ ଅଂଚଳରୁ ଆଉ କେତେ ବାଇକ ଚୋରି କରିଛନ୍ତି ଆଉ ତାର ଲିଙ୍କ କୁ ଖୋଜା ଚାଲିଥିବା ଚାଲିଥିବା ସୂଚନା ଦେଇଛନ୍ତି ବୋରିଗୁମ୍ମା ଏସଡିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande