ବ୍ଲକ ସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିରରେ ୨୨୬ ଭିନ୍ନକ୍ଷମ ପଞ୍ଜିକୃତ
ଭୁବନ, ୨ ସେପ୍ଟେମ୍ବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ପଞ୍ଚାୟତ ସମିତି ( ବ୍ଲକ ପ୍ରଶାସନ) ତରଫରୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସମୁଦାୟ ୨୨୬ ଜଣ ଭିନ୍ନକ୍ଷମ ସେମାନଙ୍କ ନାମ ପଞ୍ଜୀକରଣ କରିଥିଲେ । ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବର
ଡାକ୍ତର ଙ୍କ ଦ୍ଵାରା ରୋଗୀ ଦେଖା


ଭୀମ ଭୋଇ ସାମର୍ଥ୍ୟ ଶିବିର


ଭୁବନ, ୨ ସେପ୍ଟେମ୍ବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ପଞ୍ଚାୟତ ସମିତି ( ବ୍ଲକ ପ୍ରଶାସନ) ତରଫରୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସମୁଦାୟ ୨୨୬ ଜଣ ଭିନ୍ନକ୍ଷମ ସେମାନଙ୍କ ନାମ ପଞ୍ଜୀକରଣ କରିଥିଲେ ।

ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମାନସିକ ଅନଗ୍ରସର ୪୪ ଜଣ, ଅସ୍ଥିଶଲ୍ୟ ୧୦୫ ଜଣ, ଦୃଷ୍ଟି ବାଧକ ୩୨ ଜଣ, ଶ୍ରବଣ ବାଧକ ୩୫ ଜଣ, ଭେଷଜ ୫ ଜଣ ଓ ଅନ୍ୟାନ୍ୟ ୫ ଜଣ ସମୁଦାୟ ୨୨୬ ଜଣଙ୍କୁ ବିଶେଷଜ୍ଞ ମାନଙ୍କ ଦ୍ଵାରା ପରୀକ୍ଷା କରାଯାଇଥିଲା । ବିଡିଓ ଶ୍ରୀମତୀ ଆୟୁସୀ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ବିଭାଗର ଡାକ୍ତର ମାନେ ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷା କରି ୧୪୫ ଜଣଙ୍କୁ ଭିନ୍ନକ୍ଷମ ଉପକରଣ, ଔଷଧ ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ କୁମାର ସ୍ବାଇଁ, , ଭୁବନ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମୁକେଶ ରଥ ଓ ସମସ୍ତ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ। ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ,ମହିଳା ମହାବିଦ୍ୟାଳୟର ଏନ୍ ଏସ ଏସ, ଭୁବନ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଆଣ୍ଡ ଗାଇଡ ଛାତ୍ର ଏବଂ ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande