
କନ୍ଧମାଳ, ୨ ସେପ୍ଟେମ୍ବର (ହି.ସ.)- ଫୁଲବାଣୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଳ୍ପ କେନ୍ଦ୍ରଓ ଶିଳ୍ପ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଗତ ଅଗଷ୍ଟ ୧୮ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଥିବା ଏକ ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ ଶିବିରରେ ବୁଧବାର କନ୍ଧମାଳ ଜିଲ୍ଲାର ଯୁବ ଶିଳ୍ପପତି ତଥା ସମାଜସେବୀ, ସାଲୁକି ପାଇପସ ର ପରିଚାଳନା ନିର୍ଦ୍ଦେଶକ ନୀଳମାଧବ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ସେ ଏହି ଅବସରରେ କହିଥିଲେ ଯେ, କୌଣସି ଯୁବକ ଯୁବତୀ ଆଗ୍ରହ, ନିଷ୍ଠା ଓ ଆନ୍ତରିକତାର ସହ କଠିନ ପରିଶ୍ରମ କଲେ ଜଣେ ସଫଳ ଶିଳ୍ପ ଦ୍ୟୋଗୀ ହେବା ସହ ଅନ୍ୟ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ l ଶିଳ୍ପ ପ୍ରତିଷ୍ଠା ଓ ବ୍ୟବସାୟ ପାଇଁ ସରକାର ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବିଷୟ ମୁଖ୍ୟ ବକ୍ତା ଶ୍ରୀ ମିଶ୍ର କହିବା ସହ ଏହlର ସୁଯୋଗ ନେବାପାଇଁ ପରାମର୍ଶ ଦେଇଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ବରିଷ୍ଠ ଅଧିକାରୀ, ବିଭିନ୍ନ ବ୍ୟାଙ୍କ ଅଧିକାରୀ ଯୋଗଦେଇ ବ୍ୟବସାୟ ଓ ଶିଳ୍ପ ପ୍ରତିଷ୍ଠା ପାଇଁ କ'ଣ ସୁବିଧା ରହିଛି ବୁଝାଇଥିଲେ l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ