ଝାରସୁଗୁଡ଼ାରେ ୫ ସେପ୍ଟେମ୍ବରରେ ନିଯୁକ୍ତି ଅଭିଯାନ
Job fair in 5th semester
ଝାରସୁଗୁଡ଼ାରେ ୫ ସେପ୍ଟେମ୍ବରରେ ନିଯୁକ୍ତି ଅଭିଯାନ


ଝାରସୁଗୁଡ଼ା, ୨ ସେପ୍ଟେମ୍ବର (ହି.ସ.)- ଚାକିରି ପ୍ରାର୍ଥୀମାନଙ୍କୁ ବିଭିନ୍ନ ଘରୋଇ କମ୍ପାନୀରେ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଆସନ୍ତା ୫ ସେପ୍ଟେମ୍ବର (ଶନିବାର) ଏକ ନିଯୁକ୍ତି ଅଭିଯାନ (ରୋଜଗାର ମେଳା) ଆୟୋଜିତ ହେବ। ଏହି ନିଯୁକ୍ତି ଅଭିଯାନ ସକାଳ ୧୦ଟା ୩୦ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଝାରସୁଗୁଡ଼ାସ୍ଥିତ ଡିଏମଏଫ୍ ଅଡିଟୋରିଅମର ଦ୍ୱିତୀୟ ମହଲାରେ ଅନୁଷ୍ଠିତ ହେବ। ଚାକିରି ଆଶାୟୀ ଯୁବକ ଓ ଯୁବତୀମାନଙ୍କୁ ଏହି ସୁଯୋଗର ସଦ୍ବ୍ୟବହାର କରି ନିର୍ଦ୍ଧାରିତ ସମୟରେ ଆବଶ୍ୟକ ଶିକ୍ଷାଗତ ପ୍ରମାଣପତ୍ର, ବାୟୋଡାଟା ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ସହ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି।

ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ବେକାର ଯୁବପିଢ଼ିଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande