ଗତ ୨୪ ଘଂଟା ମଧ୍ୟରେ ବର୍ଷା : ମୟୂରଭଞ୍ଜ ଜିଲ୍ଲାର ତିରିଂରେ ସର୍ବାଧିକ ୪୨.୮ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୨ ସେପ୍ଟେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ତିରିଂରେ ସର୍ବାଧିକ ୪୨.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ବରଗଡ଼ ଜିଲ୍ଲାର ବରପାଲିରେ ୨୩.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ବେତନଟିରେ ୨୦.୦
ଗତ ୨୪ ଘଂଟା ମଧ୍ୟରେ ବର୍ଷା  ମୟୂରଭଞ୍ଜ ଜିଲ୍ଲାର ତିରିଂରେ ସର୍ବାଧିକ ୪୨.୮ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୨ ସେପ୍ଟେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ତିରିଂରେ ସର୍ବାଧିକ ୪୨.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ବରଗଡ଼ ଜିଲ୍ଲାର ବରପାଲିରେ ୨୩.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ବେତନଟିରେ ୨୦.୦ ମି.ମି., ବଲାଙ୍ଗିର ଜିଲ୍ଲାର ଅଗଲପୁରରେ ୧୪.୬ ମି.ମି., ବରଗଡ଼ ଜିଲ୍ଲାର ଗାଇସିଲେଟରେ ୧୪.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ସାରସକଣାରେ ୧୪.୦ ମି.ମି., ବରଗଡ଼ ଜିଲ୍ଲାର ବିଜେପୁରରେ ୧୨.୧ ମି.ମି., ଝାରବନ୍ଧରେ ୧୨.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର କୁସୁମିରେ ୧୨.୦ ମି.ମି., ସୋନପୁର ଜିଲ୍ଲାର ତରଭାରେ ୧୧.୮ ମି.ମି., ବୌଦ୍ଧ ଜିଲ୍ଲାର କଂଟାମାଳରେ ୧୦.୨ ମି.ମି., ସୋନପୁର ଜିଲ୍ଲାର ବିନିକାରେ ୧୦.୦ ମି.ମି. ଏବଂ ଉଲୁଣ୍ଡାରେ ୯.୦ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବୁଧବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande