
ବଲାଙ୍ଗିର, ୨ ସେପ୍ଟେମ୍ବର (ହି.ସ.)- ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମାଧିଆପାଲିରେ ସଂସ୍କୃତ ସପ୍ତାହ ପାଳନ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବୋଧ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୁଧିଷ୍ଠିର ଉଚ୍ଚତର ବିଦ୍ୟାଳୟର ଅଧ୍ୟାପକ ଦୈତାରୀ ପୁଜାରୀ, ସମ୍ମାନିତ ଅତିଥି ଭାବରେ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଅଜିତ କୁମାର ପଣ୍ଡା ଓ ସାଧନ କର୍ମୀ ଭାବରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ପ୍ରସନ୍ନ ଗଡତିୟା ଯୋଗଦେଇ ସଂସ୍କୃତ ଭାଷାର ଆବଶ୍ୟକତା ଓ ଉପଯୋଗୀତା ବିଷୟରେ ନିଜନିଜ ମତ ଉପସ୍ଥାପନ କରିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସଭାରେ ସ୍ବାଗତ ଭାଷଣ କରିଥିଲେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷିକା ଶ୍ରୀମତୀ ଶୁଭଶ୍ରୀ ଦାଶ। ସଭା ପରିଚାଳନା କରିଥିଲେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଡଃ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟର ଶିକ୍ଷିକା ଅଲିଭା କଠାର। ଅନ୍ୟାନ୍ୟ ସମସ୍ତ ସହକର୍ମୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ