ନିଟ୍ ପରୀକ୍ଷାରେ ସଫଳ ହେଲେ ଆଦିବାସୀ ଛାତ୍ର
ମାଲକାନଗିରି, ୨ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତର ଆଦିବାସୀ ଅଧ୍ଯୁଷିତ ଗାଁ ପିଲାକୁସୁମିର ଛାତ୍ର ନିଟ୍ ପରୀକ୍ଷାରେ ସଫଳ ହୋଇଛନ୍ତି । ପିଲାକୁସୁମି ଗାଁର ମାଣିକ ହନ୍ତାଳ ଏବଂ ରଇଲା ହନ୍ତାଳଙ୍କ ପୁଅ ରାଜେନ୍ଦ୍ର ହନ୍ତାଳ(୧୯) ‘ନ୍ୟାସନାଲ ଏଲ
ନିଟ ପାଇଲେ ଆଦିବାସୀ ଛାତ୍ର


ମାଲକାନଗିରି, ୨ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତର ଆଦିବାସୀ ଅଧ୍ଯୁଷିତ ଗାଁ ପିଲାକୁସୁମିର ଛାତ୍ର ନିଟ୍ ପରୀକ୍ଷାରେ ସଫଳ ହୋଇଛନ୍ତି । ପିଲାକୁସୁମି ଗାଁର ମାଣିକ ହନ୍ତାଳ ଏବଂ ରଇଲା ହନ୍ତାଳଙ୍କ ପୁଅ ରାଜେନ୍ଦ୍ର ହନ୍ତାଳ(୧୯) ‘ନ୍ୟାସନାଲ ଏଲିଜିବିଲିଟି କମ୍ ଏନଟ୍ରାନ୍ସ ଟେଷ୍ଟ' (ନିଟ୍)ରେ ସଫଳ ହୋଇଛନ୍ତି।

ରାଜେନ୍ଦ୍ର ସର୍ବଭାରତୀୟ ସ୍ତରରେ ଅନୁସୂଚିତ ଜନଜାତି ବର୍ଗରେ ୧୩୨୪୦ ସ୍ଥାନ ଅଧିକାର କରିଛନ୍ତି। ସେହିପରି ରାଜ୍ୟ ସ୍ତରରେ ୪୪୪୨ ସ୍ଥାନ ଅଧିକାର କରିଥିବା ବେଳେ ରାଜ୍ୟ ଅନୁସୂଚିତ ଜନଜାତି ବର୍ଗରେ ୧୯୬ ସ୍ଥାନରେ ରହିଛନ୍ତି । ବାପା ମାଣିକ ଜଣେ ଚାଷୀ ଓ ମାଆ ରଇଲା ଗୃହିଣୀ । ସେ ଭୋପାଳ ସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଦ୍ବାଦଶ ପଢା ଶେଷ କରିଥିଲେ। ଭବିଷ୍ୟତରେ ସେ ଡାକ୍ତରୀ ପାଠ ପଢ଼ି ନିଜକୁ ଜଣେ ଭଲ ରେଡିଓଲୋଜିଷ୍ଟ ଭାବେ ଗଢି ସମାଜ ପାଇଁ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଗାଁ ନିକଟସ୍ଥ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସମାଜସେବୀ, ଜନ ପ୍ରତିନିଧି, ଶିକ୍ଷକ ଶିକ୍ଷୟିତ୍ରୀ ମିଶି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ଏହି ଅବସରରେ ସୋମନାଥପୁର ସରପଞ୍ଚ ମଞ୍ଜୁଳା ଶିଶା, ସମିତି ସଭ୍ୟ ଲଇଛନ ଶିଶା, ପରକନମାଳା ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ଆନନ୍ଦ ମଣ୍ଡଳ, ଯୁବ ସ୍ୱେଚ୍ଛାସେବୀ ଗଣେଶ ଶିଶା, ଭୀମ ଖେମୁଡୁ, ସଞ୍ଜୀବ ଦାସଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande