
ଭୁବନେଶ୍ୱର, 02 ସେପ୍ଟେମ୍ବର (ହି.ସ.)- ଏୟାର ଭାଇସ୍
ମାର୍ଶାଲ୍ ଶକ୍ତି ଶର୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ଏହି ଅବସରରେ ସୋସିଆଲ ମିଡିଆ
ଏକ୍ସରେ ବିରୋଧୀ ଦଳ ନେତା କହିଛନ୍ତି ଯେ, ଏୟାର ଭାଇସ୍ ମାର୍ଶାଲ୍ ଶକ୍ତି ଶର୍ମାଙ୍କୁ
ହାର୍ଦ୍ଦିକ ଅଭିନନ୍ଦନ। ଭାରତୀୟ ସଶସ୍ତ୍ର ବାହିନୀର ଅଣ-ଚିକିତ୍ସା ଶାଖାରୁ ଏୟାର ଭାଇସ୍
ମାର୍ଶାଲ୍ ପଦବୀରେ ପହଞ୍ଚିଥିବା ପ୍ରଥମ ମହିଳା ଅଧିକାରୀ ହୋଇ ସେ ଇତିହାସ ରଚିଛନ୍ତି।
ତାଙ୍କର ଏହି ଐତିହାସିକ
ପଦୋନ୍ନତି ଆହୁରି ଅନେକ ମହିଳାଙ୍କୁ ପ୍ରତିବନ୍ଧକ ଓ ବାଧା ଭାଙ୍ଗି ନୂଆ ଦିଗଦର୍ଶୀ ଭାବେ ଆଗକୁ
ବଢ଼ିବା ପାଇଁ ପ୍ରେରଣା ଯୋଗାଇବ।
ତାଙ୍କର କ୍ୟାରିୟର ଆହୁରି
ଉଚ୍ଚତର ଶିଖରରେ ପହଞ୍ଚୁ ଏବଂ ସେ ଅନ୍ୟମାନଙ୍କୁ ନିରନ୍ତର ପ୍ରେରଣା ଦେଇଚାଲନ୍ତୁ ଏହି କାମନା
କରିଛନ୍ତି ନବୀନ ପଟ୍ଟନାୟକ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା