
ଭୁବନେଶ୍ୱର, 02 ସେପ୍ଟେମ୍ବର (ହି.ସ.)- ଚୀନର ସୁଝୋଉ
ଠାରେ ଆୟୋଜିତ 'ଏସିଆ ରଗବୀ ଏମିରେଟସ୍ ସେଭେନ୍ସ ସିରିଜ୍ ୨୦୨୬'ରେ
ଭାରତୀୟ ସିନିୟର୍ ମହିଳା ରଗବୀ ଟିମ୍ର ପ୍ରତିନିଧିତ୍ୱ କରି ଓଡ଼ିଶାକୁ ଗୌରବାନ୍ବିତ କରିଥିବା ମୟୂରଭଞ୍ଜ
ଜିଲ୍ଲାର ସୁଯୋଗ୍ୟା କନ୍ୟା ସନ୍ଧ୍ୟାରାଣୀ ଟୁଡୁଙ୍କୁ ସାକ୍ଷାତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି
ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର l
ମନ୍ତ୍ରୀ କହିଛନ୍ତି ଯେ, ବାରିପଦାର
ରାଧିକାଶୋଳ ଗ୍ରାମରୁ ଆସି ଫ୍ୟୁଚର୍ ଷ୍ଟାର୍ ସ୍ପୋର୍ଟସ୍ ଏକାଡେମୀ (ଏଫଏସଏସଏ) ରୁ
ପ୍ରଶିକ୍ଷଣ ନେଇ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିବା,
ସନ୍ଧ୍ୟାରାଣୀଙ୍କ ନିଷ୍ଠା,
ଦକ୍ଷତା, ପ୍ରତିବଦ୍ଧତା ଓ କଠିନ ପରିଶ୍ରମର ବଳିଷ୍ଠ ପ୍ରମାଣ l
ତାଙ୍କର ଏହି ସଫଳତା ଆଗାମୀ
ଦିନରେ ଓଡ଼ିଶାର ଯୁବ କ୍ରୀଡ଼ାବିତ୍ମାନଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ବୋଲି ମୋର ଆଶା
ଓ ବିଶ୍ବାସ l ମହାପ୍ରଭୁଙ୍କ ନିକଟରେ ତାଙ୍କର ଆଗାମୀ ସଫଳତା ଏବଂ ଉତ୍ତରୋତ୍ତର
ଉନ୍ନତି କାମନା କରିଛନ୍ତି ମନ୍ତ୍ରୀ l
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା