
ଭୁବନେଶ୍ୱର, 02 ସେପ୍ଟେମ୍ବର (ହି.ସ.)- ବିକ୍ରମ ପଣ୍ଡାଙ୍କୁ
ଜାମିନ ପରେ ଶୋଭାଯାତ୍ରାରେ ତାଙ୍କୁ ଆଣିବା ଘଟଣାରେ ବିଜେଡିକୁ ସମାଲୋଚନା କରିଛନ୍ତି ପରିବହନ
ମନ୍ତ୍ରୀ ବିଭୁତି ଜେନା । ମନ୍ତ୍ରୀ କହିଛନ୍ତି ଯେ, ଜାମିନ ମିଳିବା ଅର୍ଥ ଦୋଷମୁକ୍ତ ନୁହନ୍ତି ।
ଔଷଧର ଏକ୍ସପାରି ଡେଟ ଗଲା ପରେ କାମ କରେନି । ସ୍ୱାଧୀନତା
ସଂଗ୍ରାମୀଙ୍କ ଭଳି ପ୍ରୋସେସନ କରାଗଲା ଆମକୁ ଲଜ୍ୟା ଲାଗିବା କଥା | ଆମ
ଗଞ୍ଜାମ ଭାଷାରେ ଏହାକୁ ଅଲାଜୁକ କୁହାଯାଏ । ଯେଉଁ ବିଜେଡି ନେତା ମାନେ କାଲି ବ୍ରହ୍ମପୁର
ଯାଇଥିଲେ ସେମାନେ ଭାବିବା ଦରକାର ଦେଶ କି ରାଜ୍ୟ ପାଇଁ କିଛି ବଡ଼ କାମ କରି ଜେଲ ଯାଇ ନ ଥିଲେ
ବିକ୍ରମ ପଣ୍ଡା । ପୀତବାସ ପଣ୍ଡାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା