ବ୍ରାଉନସୁଗାର ବିରୋଧରେ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ର ଦୃଢ଼ ପଦକ୍ଷେପ, ଚଢାଉ ବେଳେ ଜଣେ ଗିରଫ
ଭୁବନେଶ୍ୱର, 02 ସେପ୍ଟେମ୍ବର (ହି.ସ.)- ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ପକ୍ଷରୁ ଚାଲିଥିବା ଅଭିଯାନରେ ଏକ ବଡ଼ ସଫଳତା ମିଳିଛି। ଅଗଷ୍ଟ 31 ତାରିଖରେ ଗୁପ୍ତ ସୂଚନା ଆଧାରରେ ସ୍ପେଶାଲ୍ କ୍ରାଇମ୍
ବ୍ରାଉନସୁଗାର ବିରୋଧରେ     ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ର ଦୃଢ଼ ପଦକ୍ଷେପ, ଚଢାଉ ବେଳେ ଜଣେ ଗିରଫ


ଭୁବନେଶ୍ୱର, 02 ସେପ୍ଟେମ୍ବର (ହି.ସ.)- ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ ଭୁବନେଶ୍ୱର-କଟକ

କମିଶନରେଟ୍ ପୋଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ପକ୍ଷରୁ ଚାଲିଥିବା ଅଭିଯାନରେ ଏକ ବଡ଼ ସଫଳତା

ମିଳିଛି।

ଅଗଷ୍ଟ 31 ତାରିଖରେ ଗୁପ୍ତ

ସୂଚନା ଆଧାରରେ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ପକ୍ଷରୁ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅଧୀନ

ଭୋଟପଡ଼ା ଗ୍ରାମ ଅଞ୍ଚଳରେ ଏକ ସୁଚିନ୍ତିତ ଅଭିଯାନ କରାଯାଇଥିଲା। ଅଭିଯାନ ସମୟରେ ବେଆଇନ

ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ଧରାଯାଇଥିଲା।

ତାଙ୍କ ନିକଟରୁ ୩୦୫ ଗ୍ରାମ

ବ୍ରାଉନସୁଗାର, ଗୋଟିଏ ମୋବାଇଲ୍ ଫୋନ୍ ଏବଂ ୫୨୦ ନଗଦ ଟଙ୍କା ଜବତ କରାଯାଇଛି। ଏହି

ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ମାମଲାର ତଦନ୍ତ ଜାରି ରହିଛି।

ନିଶା କାରବାରର ମୂଳୋତ୍ପାଟନ, ନିଶାଦ୍ରବ୍ୟ

ଯୋଗାଣ ଶୃଙ୍ଖଳାକୁ ଭାଙ୍ଗିବା ଏବଂ ଏକ ସୁରକ୍ଷିତ ଓ ନିଶାମୁକ୍ତ ସମାଜ ଗଠନ ପାଇଁ କମିଶନରେଟ୍

ପୋଲିସର ଅଭିଯାନ ନିରନ୍ତର ଜାରି ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande