
ଭୁବନେଶ୍ୱର, 02 ସେପ୍ଟେମ୍ବର (ହି.ସ.)- ଏଫଆଇଡିଇ ରେଟିଂ
ହାସଲ କରିଥିବା ୪ ବର୍ଷୀୟା ଏଲିନା ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ
ଚରଣ ମାଝୀ ।
ସୋସିଆଲ ହ୍ୟାଣ୍ଡେଲ ଏକ୍ସରେ
ଏକ ଶୁଭେଚ୍ଛା ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ୪ ବର୍ଷୀୟା ଏଲିନା
ମିଶ୍ରଙ୍କୁ ଅଭିନନ୍ଦନ। ଅଫିସିଆଲ୍ ଏଫଆଇଡିଇରେଟିଂ ହାସଲ କରିଥିବା ସର୍ବକନିଷ୍ଠ ମହିଳା ଖେଳାଳି ଭାବେ ଇତିହାସ
ରଚିଥିବାରୁ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
ଯେଉଁ ବୟସରେ ଅଧିକାଂଶ ପିଲା
ଶିକ୍ଷା ଜୀବନର ପ୍ରଥମ ପାହାଚ ଚଢ଼ିବା ଆରମ୍ଭ କରନ୍ତି,
ସେହି ବୟସରେ ଏଲେନା ଚେସ୍ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି
କରିପାରିଛନ୍ତି। ତାଙ୍କର ଏହି ଅସାଧାରଣ ସଫଳତା ପ୍ରତିଭା, ନିଷ୍ଠା ଓ ଦୃଢ଼ ସଂକଳ୍ପର ଏକ
ଗର୍ବିତ ପ୍ରତିଫଳନ।
ଏଲିନାଙ୍କ ଏହି ପ୍ରେରଣାଦାୟୀ
ଯାତ୍ରା ଓଡ଼ିଶାର ଅନେକ ଯୁବ ପ୍ରତିଭାଙ୍କୁ ବଡ଼ ସ୍ୱପ୍ନ ଦେଖିବା, ନିଜ
ପସନ୍ଦର କ୍ଷେତ୍ରରେ ନିଷ୍ଠାର ସହ ଆଗକୁ ବଢ଼ିବା ଏବଂ ଉତ୍କର୍ଷ ହାସଲ କରିବା ପାଇଁ ପ୍ରେରଣା
ଦେଉ। ଏଲିନା ଓ ତାଙ୍କ ପରିବାରକୁ ଆଗାମୀ ଦିନରେ ଆହୁରି ଅନେକ ସଫଳତା ଓ ଗୌରବମୟ ମାଇଲଖୁଣ୍ଟ
ହାସଲ ପାଇଁ ମୋର ହାର୍ଦ୍ଦିକ ଶୁଭେଚ୍ଛା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା