
ଭୁବନେଶ୍ୱର, 02 ସେପ୍ଟେମ୍ବର (ହି.ସ.)- ଏଫଆଇଡିଇ ରେଟିଂ
ହାସଲ କରିଥିବା ୪ ବର୍ଷୀୟା ଏଲିନା ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି କ୍ରୀଡା ମନ୍ତ୍ରୀ
ସୂର୍ଯ୍ୟବଂଶୀ ସୂରଜ ।
ଏହି ଅବସରରେ ଏକ୍ସ
ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ବିସ୍ମୟ ବାଳିକା
ଏଲିନା ମିଶ୍ର । ମାତ୍ର ୪ ବର୍ଷ ବୟସରେ ସେ ନିଜର ଚମତ୍କାର ଚେସ ଖେଳ ପ୍ରଦର୍ଶନ ଦ୍ୱାରା ଏଫଆଇଡିଇରେଟିଂରେ
ନିଜ ସ୍ଥାନ ସଂରକ୍ଷଣ କରିପାରିଛନ୍ତି । ବିଶ୍ୱର ସର୍ବକନିଷ୍ଠା ଖେଳାଳି ଭାବେ ସେ ଏହି ସଫଳତା
ହାସଲ କରିଛନ୍ତି । ତାଙ୍କର ଉଜ୍ଜ୍ୱଳମୟ ଭବିଷ୍ୟତ ପାଇଁ କାମନା କରିଛନ୍ତି ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା