ବିକ୍ରମ ପଣ୍ଡାଙ୍କ ଜାମିନ ପ୍ରମାଣିତ କରିଛି ଏହା ଏକ ରାଜନୈତିକ ଷଡଯନ୍ତ୍ର- ଗଣେଶ୍ୱର ବେହେରା
ଭୁବନେଶ୍ୱର, 02 ସେପ୍ଟେମ୍ବର (ହି.ସ.)- ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଜେଲରୁ ବାହାରିବା ଘଟଣାରେ ମନ୍ତ୍ରୀ ବିଭୂତି ଜେନାଙ୍କ ପ୍ରତିକ୍ରିୟା ଉପରେ ବିଜେଡି ବିଧାୟକ ଗଣେଶ୍ୱରବେହେରା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିକ୍ରମ ପଣ୍
ବିକ୍ରମ ପଣ୍ଡାଙ୍କ ଜାମିନ ପ୍ରମାଣିତ     କରିଛି ଏହା ଏକ ରାଜନୈତିକ ଷଡଯନ୍ତ୍ର- ଗଣେଶ୍ୱର ବେହେରା


ଭୁବନେଶ୍ୱର, 02 ସେପ୍ଟେମ୍ବର (ହି.ସ.)- ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଜେଲରୁ ବାହାରିବା

ଘଟଣାରେ ମନ୍ତ୍ରୀ ବିଭୂତି ଜେନାଙ୍କ

ପ୍ରତିକ୍ରିୟା ଉପରେ ବିଜେଡି ବିଧାୟକ

ଗଣେଶ୍ୱରବେହେରା ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ, ବିକ୍ରମ

ପଣ୍ଡାଙ୍କ ଜାମିନ ପ୍ରମାଣିତ କରିଛି ଏହା ଏକ ରାଜନୈତିକ ଷଡଯନ୍ତ୍ର । ଏହା ରାଜନୈତିକ ଆକ୍ରୋଶ । କାହାକୁ କଣ ଅଛପା । ସମସ୍ତେ ଜାଣନ୍ତି

ଏହା ସରକାରଙ୍କ ଚାଲ୍ । ମନ୍ତ୍ରୀ ବିଭୂତି ଜେନାଙ୍କ ସହ ମୁଁ ଏକମତ ନୁହେଁ । ଅନ୍ୟାୟରେ

ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା ।

କୋର୍ଟ ଅନୁଭବ କରିଛନ୍ତି ଅଭିଯୋଗ ସତ୍ୟ ନୂହେଁ । ଜାମିନ ମିଳିଲା, ସବୁ ଚକ୍ରାନ୍ତ ପଣ୍ଡ ହେଲା ।

ସମସ୍ତେ ଜାଣିଲେ ସତ୍ୟ କଣ । ତାଙ୍କ

ସହଯୋଗୀ ତାଙ୍କୁ ଶୋଭାଯାତ୍ରା କରି ଆଣିଲେ, ଅସୁବିଧା

କେଉଁଠି ? ସମ୍ଵର୍ଦ୍ଧନା ତାଙ୍କ ପ୍ରାପ୍ୟ. ସେ ଦୋଷୀ ନୂହେଁ। ରାଜନୈତିକ ପ୍ରତିହିଂସାର ଉଦାହରଣ ।

ଏହା ଦୁର୍ଭାଗ୍ୟ, ହୀନ ରାଜନୀତିକୁ ସରକାର

ପ୍ରୋସାହନ ଦେଉଛନ୍ତି ବୋଲି ବିଜେଡି କହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande