
ଭୁବନେଶ୍ୱର, 02 ସେପ୍ଟେମ୍ବର (ହି.ସ.)-ଗଞ୍ଜାମ
ଜିଲ୍ଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରୁ ଏକ ମନ୍ଦିରର
ଦଧିନଉତି ଦେଖି ଆଶ୍ଚର୍ଯ୍ୟ ଗ୍ରାମବାସୀ l
ସମୁଦ୍ର ବେଳାଭୂମିରେ ମାଟି ତଳେ ପୋତି ହୋଇ ରହିଛି ଏହି ରହସ୍ୟମୟ
ଦଧିନଉତି l ସମୁଦ୍ର କୂଳରେ ଏହା
ଦୃଶ୍ୟମାନ ହେଉଥିବା ବେଳେ ମାଟି ତଳେ ମନ୍ଦିର ରହିଛି ନା କେବଳ ମନ୍ଦିରର ଦଧିନଉତି ରହିଛି ତାହା
ଏବେ ରହସ୍ୟ ଘେରରେ l ଦିନେ ଏଠାରେ ଜନ ବସତି ରହିଥିବା ବେଳେ ସମୁଦ୍ର ଦିନକୁ ଦିନ କୂଳ ଲଙ୍ଘି
ଘର ଗୁଡିକ ସମୁଦ୍ର ଗର୍ଭରେ ଲୀନ ହୋଇ ସାରିଛି l
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା