ଅଧିକ ସୁରକ୍ଷିତ, ସଶକ୍ତ ଓ ଜଳବାୟୁ ସହନଶୀଳ ଓଡ଼ିଶା ଗଠନ ଦିଗରେ ପଦକ୍ଷେପ, ୟୁଏନଡିପି , ସିଭିକ ଡାଟା ଲ୍ୟାବ ଏବଂ ଓଏସଡିଏମଏ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ
ଭୁବନେଶ୍ୱର, 02 ସେପ୍ଟେମ୍ବର (ହି.ସ.): ଓଡ଼ିଶାରେ ତଥ୍ୟଭିତ୍ତିକ ଓ ବିପଦ ଆଧାରିତ ବିପର୍ଯ୍ୟୟ ପରିଚାଳନାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓଏସଡିଏମଏ) ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ
ଅଧିକ ସୁରକ୍ଷିତ, ସଶକ୍ତ ଓ     ଜଳବାୟୁ ସହନଶୀଳ ଓଡ଼ିଶା ଗଠନ ଦିଗରେ ପଦକ୍ଷେପ, ୟୁଏନଡିପି , ସିଭିକ ଡାଟା     ଲ୍ୟାବ ଏବଂ ଓଏସଡିଏମଏ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ


ଭୁବନେଶ୍ୱର, 02 ସେପ୍ଟେମ୍ବର (ହି.ସ.): ଓଡ଼ିଶାରେ

ତଥ୍ୟଭିତ୍ତିକ ଓ ବିପଦ ଆଧାରିତ ବିପର୍ଯ୍ୟୟ ପରିଚାଳନାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ବଡ଼

ପଦକ୍ଷେପ ନିଆଯାଇଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓଏସଡିଏମଏ) ମିଳିତ

ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି)

ଏବଂ ସିଭିକ ଡାଟା ଲ୍ୟାବସହିତ

ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି।

ଏହି ସହଯୋଗ ମାଧ୍ୟମରେ

ରାଜ୍ୟରେ ବିପଦ ଓ ଅସୁରକ୍ଷିତତା ଆକଳନ ବ୍ୟବସ୍ଥାକୁ ଆହୁରି ମଜବୁତ କରାଯିବ। ଏଥିସହ

ତଥ୍ୟଭିତ୍ତିକ ବିପର୍ଯ୍ୟୟ ଜୋଖିମ ହ୍ରାସ ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯିବ।

ପ୍ରଯୁକ୍ତି, ତଥ୍ୟ, ନବସୃଜନ

ଓ ବିଶ୍ୱସ୍ତରୀୟ ବିଶେଷଜ୍ଞତାକୁ ଏକାଠି କରି ରାଜ୍ୟର ବିପର୍ଯ୍ୟୟଜନିତ ବିପଦକୁ ଅଧିକ ସଠିକ ଭାବେ

ଚିହ୍ନଟ ଓ ବୁଝିବା ଉପରେ ଗୁରୁତ୍ୱ ଦିଆଯିବ। ଏହା ଦ୍ୱାରା ବିପର୍ଯ୍ୟୟ ମୁକାବିଲା ପାଇଁ

ପ୍ରସ୍ତୁତି ଆହୁରି ଦୃଢ଼ ହେବା ସହିତ ତଥ୍ୟ ଓ ପ୍ରମାଣ ଆଧାରରେ ଯୋଜନା ପ୍ରସ୍ତୁତି ଏବଂ

ନିଷ୍ପତ୍ତି ଗ୍ରହଣ ସମ୍ଭବ ହେବ।

ବିପଦ ସମ୍ପର୍କିତ ସଠିକ ତଥ୍ୟ

ଓ ବିପଦ ଆକଳନକୁ ଆଧାର କରି ସମନ୍ୱିତ ଭାବେ କାର୍ଯ୍ୟ କରି ଓଡ଼ିଶା ଏକ ଅଧିକ ସୁରକ୍ଷିତ, ସଶକ୍ତ ଓ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ମୁକାବିଲା କରିପାରୁଥିବା ରାଜ୍ୟ ଭାବେ ଆଗକୁ ବଢ଼ୁଛି।

ଏହି ଅବସରରେ ରାଜସ୍ୱ ଓ

ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ବିଭାଗୀୟ ସଚିବ ଡ. ଅରବିନ୍ଦ ପାଢୀ ମଧ୍ୟ

ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande