ଚଳିତ ଆର୍ଥିକ ବର୍ଷର ପ୍ରଥମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଶୁଭାରମ୍ଭ
ଭୁବନେଶ୍ୱର, 02 ସେପ୍ଟେମ୍ବର (ହି.ସ.)- ଚଳିତ ଆର୍ଥିକ ବର୍ଷର ପ୍ରଥମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଶୁଭାରମ୍ଭ ହୋଇଛି । ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା । ୭୭୫ ବରିଷ୍ଠ ନାଗରିକ ଆଜି ଟ୍ରେନ ଯୋଗା ଅଯୋଧ୍ୟା
ଚଳିତ ଆର୍ଥିକ ବର୍ଷର ପ୍ରଥମ     ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଶୁଭାରମ୍ଭ


ଭୁବନେଶ୍ୱର, 02 ସେପ୍ଟେମ୍ବର (ହି.ସ.)- ଚଳିତ ଆର୍ଥିକ

ବର୍ଷର ପ୍ରଥମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଶୁଭାରମ୍ଭ ହୋଇଛି । ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ

ମନ୍ତ୍ରୀ ପ୍ରଭାତୀ ପରିଡା ।

୭୭୫ ବରିଷ୍ଠ ନାଗରିକ ଆଜି

ଟ୍ରେନ ଯୋଗା ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଅବସରରେ ସରକାରଙ୍କୁ ଧନ୍ୟବାଦ୍ ଦେଇଛନ୍ତି

ସାଧାରଣ ବରିଷ୍ଠ ନାଗରିକ । ପ୍ରଭୁଙ୍କ ଦର୍ଶନର

ସେତୁ ହୋଇଛନ୍ତି ସରକାର ବୋଲି କହିଛନ୍ତି ସାଧାରଣ ଲୋକେ ।

ଚଳିତ ଆର୍ଥିକ ପ୍ରଥମ ବରିଷ୍ଠ

ନାଗରିକ ତୀର୍ଥଯାତ୍ରା ଯୋଜନାରେ ରାଜ୍ୟର ୭୭୫ ଜଣ ତୀର୍ଥଯାତ୍ରୀ ବାରଣାସୀ ଓ ଅଯୋଧ୍ୟା ତୀର୍ଥ

କରିବାକୁ ଯିବେ । ଏହି ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ୧୬୯ ଜଣ, ଜଗତସିଂହପୁର

ଜିଲ୍ଲାର ୮୫, କଟକ ଜିଲ୍ଲାରୁ ୧୯୭,

ପୁରୀରୁ ୧୨୭,

କେନ୍ଦ୍ରାପଡ଼ାରୁ ୧୦୮ ଏବଂ ଢେଙ୍କାନାଳରୁ ୮୯ ଜଣଙ୍କୁ ମିଶାଇ ମୋଟ ୭୭୫

ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବାରଣାସୀ ଓ ଅଯୋଧ୍ୟା ତୀର୍ଥ କରିବାର ସୁଯୋଗ ପାଇଛନ୍ତି

।ସେମାନଙ୍କର ଭଲମନ୍ଦ ବୁଝିବା ପାଇଁ ୨୫ ଜଣ ଅଧିକାରୀ ମଧ୍ୟ ଏହି ଯାତ୍ରରେ ସାମିଲ ହୋଇଛନ୍ତି ।

ତୀର୍ଥଯାତ୍ରୀମାନେ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସେପ୍ଟେମ୍ବର ୨ ତାରିଖରେ ଭୁବନେଶ୍ୱରରୁ

ବାହାରି ୭ ତାରିଖରେ ଫେରିବେ । ଏଥିପାଇଁ ଆଜି

ଭୁବନେଶ୍ୱର ରେଲେୱ ଷ୍ଟେସନ୍ରେ ବରିଷ୍ଠ ତୀର୍ଥଯାତ୍ରୀମାନଙ୍କୁ ଯାତ୍ରାର ଶୁଭକାମନା ଜଣାଇବା

ପାଇଁ ମୁଖ୍ୟ ଅତିଥି ଭାବେ ପହଂଚିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଏହି ଅବସରରେ ସେ କହିଛନ୍ତି

ଯେ, ବରିଷ୍ଠ ନାଗରିକଙ୍କ ତୀର୍ଥ ସେବା ଆମ

ପାଇଁ ସୌଭାଗ୍ୟ । ଗତକାଲି ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି ।

ସମସ୍ତଙ୍କ ପାଇଁ ସହାୟକ ଅଛନ୍ତି । ସେମାନେ

ଅଯୋଧ୍ୟା ରାମଲାଲ, କାଶୀ ବିଶ୍ଵନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିପାରିବେ । ଆଗକୁ ଆହୁରି ୪ ଟ୍ରେନ ଯିବ । ଓଡିଶା ସରକାରଙ୍କୁ

ବରିଷ୍ଠ ମାନେ ଆଶୀର୍ବାଦ ଦିଅନ୍ତୁ ଏତିକି କାମ୍ୟ

ବୋଲି କହିଛନ୍ତି ପ୍ରଭାତୀ ପରିଡା । ମହାପ୍ରଭୁ ନ ଡାକିଲେ କେହି କୁଆଡେ ଯାଇପାରିବେ ନାହିଁ । ବାବା କାଶୀନାଥ ଓ ମହାପ୍ରଭୁ ଜଗନ୍ନାଥଙ୍କ ସଂଯୋଗ ପାଇଁ

ସେମାନେ ଯାଇପାରୁଛି ।

ପ୍ରଧାନମନ୍ତ୍ରୀ ଅପିଲ

କରୁଛନ୍ତି ଚଲୋ ଅପନାଦେଶ । ତେଣୁ ଆମେ ନିଜ ରାଜ୍ୟ ଓ ଦେଶ

ପର୍ଯ୍ୟଟନ ବୁଲିବା ଦରକାର । ଓଡିଶା ସବୁଠୁ ଭଲ

ସ୍ଥାନ ପର୍ଯ୍ୟଟକ ମାନଙ୍କୁ ଆସିବାକୁ । ଆମ୍ଭର

ବିକାଶ ଓ ବିରସାତ୍ ଅଛି । ପର୍ଯ୍ୟଟନ ବିଭାଗ ଏଥିପାଇଁ ଯତ୍ନଶୀଳ ।

ମନ୍ତ୍ରୀ ସମ୍ପାଦ ସ୍ଵାଇଁ

ପ୍ରତିକ୍ରିୟା ଦେଇ କହିଛନ୍ତି ବରିଷ୍ଠ ନାଗରିକଙ୍କ

ସ୍ଵପ୍ନ ପୂରଣ କରୁଛନ୍ତି ଓଡିଶା ସରକାର । ବରିଷ୍ଠ

ନାଗରିକଙ୍କ ଖୁସି ଆମ ପାଇଁ ଆଶୀର୍ବାଦ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande