
ଭୁବନେଶ୍ୱର, 02 ସେପ୍ଟେମ୍ବର (ହି.ସ.)- ପିୟୁସିସି
ଜରିମାନା ରାଶି ହ୍ରାସ କଲେ ରାଜ୍ୟ ସରକାର । ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା
ଦେଇଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା ସରକାର ସର୍ବଦା ମୋଟରଯାନ ଆଇନର ପ୍ରୟୋଗ କ୍ଷେତ୍ରରେ ଏକ
ସନ୍ତୁଳିତ ଏବଂନାଗରିକ-କେନ୍ଦ୍ରିକ ଆଭିମୁଖ୍ୟ ଗ୍ରହଣ କରିଆସିଛନ୍ତି । ୨୦୨୬ବର୍ଷର ଆରମ୍ଭରେ, ପିୟୁସିସି
ନିୟମ କଡ଼ାକଡ଼ି କରିବା, ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ଗୁଡ଼ିକର ଉପଲବ୍ଧତା ଏବଂ ପିୟୁସିସି ସମ୍ବନ୍ଧୀୟ
ନିୟମ ଉଲ୍ଲଂଘନ ପାଇଁ ଧାର୍ଯ୍ୟ ଜରିମାନାକୁ ନେଇ ଗାଡ଼ିମାଲିକ, ବିଭିନ୍ନ
ସଂଘ ଏବଂ ଗଣମାଧ୍ୟମ ପକ୍ଷରୁ ପ୍ରଶ୍ନ ଉଠାଯାଇଥିଲା। ଆମ ସରକାର ଲୋକଙ୍କ ସରକାର, ଲୋକଙ୍କ
ସମସ୍ୟାକୁ ସରକାରକେବେ ବି ଅଣଦେଖା କରିନାହାନ୍ତି। ପିୟୁସିସି ସମ୍ବନ୍ଧୀୟ ନିୟମ ଉଲ୍ଲଂଘନ ଯୋଗୁଁ
ଜାରି ହେଉଥିବା ଜରିମାନା ରାଶି ଦଶ ହଜାର ଟଙ୍କାକୁହ୍ରାସ କରିବା ପାଇଁ ଦାବି ହେଉଥିଲା ।
ଏଥିପାଇଁ କିଛି ଲୋକ ଆମ ସରକାରଙ୍କୁ ସମାଲୋଚନା ମଧ୍ୟ କରିଥିଲେ । କିନ୍ତୁ ବାସ୍ତବରେ ୨୦୧୯
ମସିହାରେ ସେତେବେଳର ରାଜ୍ୟ ସରକାର ଏହି ଜରିମାନା ରାଶି ଧାର୍ଯ୍ୟ କରିଥିଲେ । ତେବେ ଆମ ସରକାର
ଜନସାଧାରଣଙ୍କ ଦାବିକୁ ସମ୍ମାନ ଦେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।
ଲୋକଙ୍କ ସରକାର ପିୟୁସିସି
ଜରିମାନା ରାଶି ହ୍ରାସ ପାଇଁ ନିଷ୍ପତ୍ତି ନେଇଛନ୍ତି । ପୂର୍ବ ସରକାର ବେଳେ ଏହା ଦଶ ହଜାର ଟଙ୍କା
ଥିବା ବେଳେ ଏହାକୁ ଆମ ସରକାର ହ୍ରାସ କରିଦେଇଛନ୍ତି ।
ଗାଡ଼ି ମାଲିକ ଓ ଚାଳକମାନଙ୍କ
ପାଇଁ ସରକାର ଏକ ବଡ଼ ଆଶ୍ୱାସନା ଆଣିଛନ୍ତି। ୨୦୧୯ ମସିହାରୁ ପ୍ରଦୂଷଣ ନିୟମ ଉଲ୍ଲଂଘନ ପାଇଁ
ଧାର୍ଯ୍ୟ ହୋଇଥିବା ୧୦,୦୦୦ର ଜରିମାନା ରାଶିକୁ ଏବେ ହ୍ରାସ କରାଯାଇଛି। ନୂତନ ସଂଶୋଧନ
ଅନୁଯାୟୀ, ମୋଟରସାଇକେଲ
କିମ୍ବା ବାଇକ୍ ଏବଂ ତିନି ଚକିଆ ଗାଡ଼ି (ଯାତ୍ରୀବାହୀ/ମାଲ ପରିବହନ) ପ୍ରଥମ ଥର ନିୟମ ଉଲ୍ଲଙ୍ଘନ
କଲେ୧,୦୦୦ ଏବଂ
ଦ୍ୱିତୀୟ ବା ପରବର୍ତ୍ତୀ ସମୟରେ ନିୟମ ଉଲ୍ଲଙ୍ଘନ କଲେ୨,୦୦୦ ଜରିମାନା ଦେବାକୁ
ପଡ଼ିବ। ସେହିପରି ମୋଟର କ୍ୟାବ୍ ଏବଂ ମୋଟର କାର୍ କିମ୍ବା ଜିପ୍ ପାଇଁ ପ୍ରଥମ ଥର ୨,୦୦୦ ଏବଂ
ଦ୍ୱିତୀୟ ବା ପରବର୍ତ୍ତୀ ସମୟ ନିୟମ ଉଲ୍ଲଙ୍ଘନ ପାଇଁ୫,୦୦୦
ଜରିମାନା ଧାର୍ଯ୍ୟ ହୋଇଛି। ଟ୍ରାକ୍ଟର କିମ୍ବା ଟ୍ରେଲର କ୍ଷେତ୍ରରେ ଏହି ଜରିମାନା ପ୍ରଥମ ଥର
ପାଇଁ ୨,୦୦୦ ଏବଂ
ଦ୍ୱିତୀୟ ବା ପରବର୍ତ୍ତୀ ସମୟ ପାଇଁ ୫,୦୦୦ ।
ଏହା ବ୍ୟତୀତ, ଏହି ସମସ୍ତ ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇନଥିବା ପରିବହନ ଗାଡ଼ି ଏବଂ
ଅନ୍ୟାନ୍ୟ ସମସ୍ତ ଯାନ ପାଇଁ ପ୍ରଥମ ଥର ନିୟମ ଉଲ୍ଲଙ୍ଘନ କଲେ ୩,୦୦୦ ଏବଂ
ଦ୍ୱିତୀୟ କିମ୍ବା ପରବର୍ତ୍ତୀ ସମୟ ପାଇଁ୬,୦୦୦ ଜରିମାନା ଦେବାକୁ ହେବ।
ଲୋକମାନଙ୍କର ଦାବିକୁ ବିଚାର କରି
ସମସ୍ତ ନିଷ୍ପତ୍ତି ଗ୍ରହଣ କରାଯାଉଛି। ତେଣୁ ଆଶା କରାଯାଉଛି ଯେ, ମୋଟରଯାନ
ଆଇନ୍ ଅନୁଯାୟୀ ଏବେ ସମସ୍ତେ ସଡ଼କ ସୁରକ୍ଷା ନିୟମ ପାଳନ କରିବେ ଏବଂ ପ୍ରଦୂଷଣ ପ୍ରମାଣପତ୍ର ଠାରୁ
ଆରମ୍ଭ କରି ଗାଡ଼ିର ବୀମା ପର୍ଯ୍ୟନ୍ତ ସମସ୍ତ କାଗଜପତ୍ର ଅପ୍-ଟୁ-ଡେଟ ରଖିବେ।
ପୂର୍ବରୁ ଜନସାଧାରଣଙ୍କ ଅନୁରୋଧ
କ୍ରମେ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ ପ୍ରକ୍ରିୟାକୁ କିଛିଦିନ ପାଇଁ କୋହଳ କରାଯାଇଥିଲା। ସରକାରୀ ଘୋଷଣା
ଅନୁଯାୟୀ ଏହି କୋହଳ ଅବଧି ଏପ୍ରିଲ୍୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ଥିଲା। ଏପରିକି ତା' ପରଠାରୁ ମଧ୍ୟ
ଏହି ଦୁଇଟି ବିଷୟ (ପ୍ରଦୂଷଣଓବୀମା) ଉପରେ ଏନଫୋର୍ସମେଣ୍ଟ ପ୍ରକ୍ରିୟାକୁ ଅଧିକ ବ୍ୟାପକ କରାଯାଇନଥିଲା।
ମୋଟର ଯାନ ଆଇନ ଅନୁଯାୟୀ
ସମସ୍ତ କାଗଜପତ୍ର ଅପଡେଟ୍ କରିବା ଏକ ବାଧ୍ୟତାମୂଳକ ବ୍ୟବସ୍ଥା, ଏହା
ଆଇନର ପରିସରଭୁକ୍ତ। ଏହାସତ୍ତ୍ୱେ, ଯେଉଁମାନେ ଉଦ୍ଦେଶ୍ୟମୂଳକ ଭାବେ ନିୟମ ଉଲ୍ଲଂଘନ କରୁଛନ୍ତି, ସମସ୍ତ
ସଡ଼କ ବ୍ୟବହାରକାରୀଙ୍କ ଜୀବନର ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ବିରୋଧରେ ବ୍ୟାପକ
ଏନଫୋର୍ସମେଣ୍ଟର ଆବଶ୍ୟକତା ରହିଛି। ମୋଟର୍ ଯାନ ଆଇନ୍ର ସଠିକ୍ ଅନୁପାଳନକୁ ସୁନିଶ୍ଚିତ କରିବା
ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ବ୍ୟାପକ ଏନଫୋର୍ସମେଣ୍ଟ ବା ଯାଞ୍ଚ
ପ୍ରକ୍ରିୟା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଉଛି। ଏହାସହ ଇ-ଡିଟେକ୍ସନ ଜରିଆରେ ମଧ୍ୟ
ପୂର୍ବଭଳି ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମୋଟରଯାନ ଆଇନ ଅନୁଯାୟୀ
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିଭଳି ନବେ ଦିନରୁ ଅଧିକ ଦିନ ଧରି ଇ-ଚାଲାଣ ବକେୟା
ଥିଲେ ପିୟୁସିସି ହୋଇ ନ ପାରିବା ନେଇ ମଧ୍ୟ ଆଇନରେ ପ୍ରାବଧାନ ରହିଛି । ଯାହାକୁ ମଧ୍ୟ
କାର୍ଯ୍ୟକ୍ଷମ କରାଯିବ। ତେଣୁ ସମସ୍ତଙ୍କୁ ମୋର ଅନୁରୋଧ କେହି ବି ସଡ଼କ ସୁରକ୍ଷା ନିୟମ
ଉଲ୍ଲଙ୍ଘନ କରନ୍ତୁ ନାହିଁ । ମୋଟର ଯାନ ଆଇନର ସର୍ବଦା ଅନୁପାଳନ କରନ୍ତୁ। କାରଣ
କାର୍ଯ୍ୟାନୁଷ୍ଠାନ କେବଳ ସେମାନଙ୍କ ବିରୋଧରେ ହୁଏ ଯିଏ ନିୟମ ଉଲ୍ଲଙ୍ଘନ କରନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା