
ଭୁବନେଶ୍ୱର, 02 ସେପ୍ଟେମ୍ବର (ହି.ସ.)-ବିଶ୍ଵ ନଡ଼ିଆ ଦିବସର ଶୁଭେଚ୍ଛା ଜଣାଇଛନ୍ତି
ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି
ମନ୍ତ୍ରୀ କହିଛନ୍ତି ଯେ, ବିଶ୍ଵ ନଡ଼ିଆ ଦିବସ ଅବସରରେ
ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା l କୃଷି, ଗ୍ରାମୀଣ ଅର୍ଥନୀତି, ଖାଦ୍ୟ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ
ନଡ଼ିଆର ଭୂମିକା ଅତୁଳନୀୟ l ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ନଡ଼ିଆ
ଚାଷ ଆମ ଚାଷୀ ଭାଇଭଉଣୀଙ୍କ ସମୃଦ୍ଧି ଓ ସ୍ଥାୟୀ ଜୀବିକାର ପ୍ରମୁଖ ଆଧାର l ଆସନ୍ତୁ, ନଡ଼ିଆ ଚାଷର ପ୍ରୋତ୍ସାହନ, ଏହାର ମୂଲ୍ୟଯୁକ୍ତ ଉତ୍ପାଦନ ଓ ନୂତନ କୃଷି ଉଦ୍ୟୋଗକୁ ଆଗେଇ ନେବା ପାଇଁ ସଂକଳ୍ପବଦ୍ଧ
ହେବା l
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା