ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ, ୩୮ ଅଭିଯୋଗ ର ଶୁଣାଣି
ପୁରୀ , ୨୧ ସେପ୍େଟମ୍ବର (ହି.ସ.)- ଆଜି ପିପିଲି ବ୍ଲକ ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସୁଶାନ୍ତ କୁମାର ପତି ଅଧ୍ୟକ୍ଷତା କରିଥିଲେ।ଏହି ଶୁଣାଣି ରେ ମୋଟ ୩୮ ଗୋଟି ଅଭିଯୋଗ ପତ୍ର ମିଳିଥିଲା। ସେଥିରୁ ବ୍ୟକ୍ତିଗତ ୩୦ ଗୋଟି, ସାମୁ
ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ, ୩୮ ଅଭିଯୋଗ ର ଶୁଣାଣି


ପୁରୀ , ୨୧ ସେପ୍େଟମ୍ବର (ହି.ସ.)- ଆଜି ପିପିଲି ବ୍ଲକ ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସୁଶାନ୍ତ କୁମାର ପତି ଅଧ୍ୟକ୍ଷତା କରିଥିଲେ।ଏହି ଶୁଣାଣି ରେ ମୋଟ ୩୮ ଗୋଟି ଅଭିଯୋଗ ପତ୍ର ମିଳିଥିଲା। ସେଥିରୁ ବ୍ୟକ୍ତିଗତ ୩୦ ଗୋଟି, ସାମୁହିକ ୮ ଗୋଟି ଆବେଦନ ପତ୍ର ମିଳିଥିଲା।ଅଭିଯୋଗ ପତ୍ର ଗୁଡିକୁ ଆଇନ ଅନୁସାରେ ସମାଧାନ ପାଇଁ ବିଭିନ୍ନ ବିଭାଗ କୁ ପଠାଯାଇଥିଲା।ଏହି ଶୁଣାଣି ଶିବିରରେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ପିପିଲି ଏସଡିପିଓ ଦେବାଶିଷ ମିଶ୍ର,ପିପିଲି ବିଡିଓ ସରୋଜ କୁମାର ରାଉତ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। ଆସନ୍ତା ୨୮ ତାରିଖ ଡେଲାଙ୍ଗ ବ୍ଲକ ସମ୍ମିଳନୀ ଗୃହରେ ଦିବା ୧୦ ଘଟିକା ଠାରୁ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ବିବେକାନନ୍ଦ ସାହୁ ସୂଚନା ଦେଇଛନ୍ତି।

----------------------------

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande