ବିଧାନସଭା ଅଧିବେଶନ ଅଧିବେଶନ ପୂର୍ବରୁ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ
ଗୃହ ସୁଚାରୁ ରୂପେ ଚାଲିବା ପାଇଁ ସହଯୋଗ କାମନା କଲେ ବାଚସ୍ପତି ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.) ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ଅବ୍ୟବହିତ ପୂର୍ବରୁ ଓଡ଼ିଶା ବିଧାନସଭାରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ
ସର୍ବଦଳୀୟ ବୈଠକ


ଗୃହ ସୁଚାରୁ ରୂପେ ଚାଲିବା ପାଇଁ ସହଯୋଗ କାମନା କଲେ ବାଚସ୍ପତି

ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.) ସପ୍ତଦଶ ବିଧାନସଭାର ସପ୍ତମ

ଅଧିବେଶନ ଅବ୍ୟବହିତ ପୂର୍ବରୁ ଓଡ଼ିଶା ବିଧାନସଭାରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ

ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ

ମୋହନ ଚରଣ ମାଝୀ ମଧ୍ୟ ଯୋଗ ଦେଇଥିଲେ । ଏହି

ବୈଠକରେ ବିଧାନସଭାର ଆଗାମୀ ଅଧିବେଶନ କିଭଳି ଭାବେ ସୁଚାରୂ ରୂପେ ଚାଲି ପାରିବ ସେ ନେଇ ଆଲୋଚନା

କରାଯାଇଛି । ବାଚସ୍ପତି ସୁରମା ପାଢୀ ବିଧାନସଭା ସୁଚାରୁ ରୂପେ ଚାଲିବା ପାଇଁ ସମସ୍ତ ରାଜନୈତିକ

ଦଳ ମାନଙ୍କର ସହଯୋଗ କାମନା କରିଛନ୍ତି ।

ଏହି ବୈଠକରେ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ,. ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିରୋଧୀ ଦଳର ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଉପ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ, କଂଗ୍ରେସ ବିଧାୟକ ଅଶୋକ ଦାସ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande