
ନୂଆପଡ଼ା,୨୧ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖରୀଆର ରୋଡ଼ଠାରେ ନବନିଯୁକ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଙ୍କିତ ସିଙ୍ଘାଇଙ୍କ ଶପଥ ଓ ଦାୟିତ୍ୱ ଗ୍ରହଣ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଜିଲ୍ଲାର ବହୁ କଂଗ୍ରେସ ନେତୃମଣ୍ଡଳୀ ଓ ଦଳୀୟ କର୍ମୀ ଉପସ୍ଥିତ ରହି ନବନିଯୁକ୍ତ ସଭାପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରାଜ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ଫକୀର ମୋହନ ଜଗତ ଓ କମଳ ଚରଣ ତାଣ୍ଡିଙ୍କ ସମେତ ପୂର୍ବତନ ଜିଲ୍ଲା ସଭାପତି ସୁରେଶ ଆଜାଦ, ଫାରୁକ୍ ମହମ୍ମଦ, ଭୀଷ୍ମ ସୁନାନୀ ପ୍ରମୁଖ ଯୋଗଦେଇଥିଲେ।
ଉତ୍ସବରେ ନୂତନ ଜିଲ୍ଲା ସଭାପତି ଅଙ୍କିତ ସିଙ୍ଘାଇ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ସହ ତୃଣମୂଳ ସ୍ତରରେ କର୍ମୀମାନଙ୍କୁ ନେଇ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲାର ବିଭିନ୍ନ ସମସ୍ୟା ଓ ଲୋକଙ୍କ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଦଳ ଆଗାମୀ ଦିନରେ ଜନସାଧାରଣଙ୍କ ସହ ରହି କାର?୍ୟ୍ୟ କରିବ ବୋଲି ଉପସ୍ଥିତ ନେତାମାନେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ